www.samajalive.in
Sunday, December 7, 2025
14.1 C
Bhubaneswar

ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ: ମାଓବାଦୀଙ୍କ ଦ୍ଵାରା ଖଞ୍ଜା ଯାଇଥିବା ଟିଫିନ ବୋମା ଉଦ୍ଧାର

କଲ୍ୟାଣସିଂହପୁର: ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ମତଦାନ ଅବସରରେ ରାୟଗଡ଼ା ପୁଲିସକୁ ମିଳିଛି ଏକ ବଡ଼ ସଫଳତା। କଲ୍ୟାଣସିଂହପୁରଠାରୁ ପାରସାଲି ଯିବା ରାସ୍ତାରେ ନିୟମଗିରି ପାହାଡ଼ ତଳ ଏକ କଲଭେଟ ନିକଟ ପଥର ଗଦାରୁ ଜୀବନ୍ତ ଟିଫିନ୍ ବୋମା ଜବତ ହୋଇଛି। ମାଓବାଦୀ ପୁଲିସକୁ କରିଥିବା ଟାର୍ଗେଟ ଭଣ୍ଡୁର ହୋଇଛି। ଡିବିଏଫ ଯବାନମାନେ କୁମ୍ବିଂ କରୁଥିବା ବେଳେ ପାର୍ଶାଲି ଯିବା ରାସ୍ତାର କାଳିଆଗୁଡା ଓ କେଶବନାଇଗୁଡା ନିକଟସ୍ଥ ଏକ କଲଭେଟ ନିକଟରେ ଥିବା ପଥର ଗଦାକୁ ସନ୍ଦେହ କରି ଯାଞ୍ଚ କରିଥିଲେ। ଏହାପରେ ସେଠାରୁ ଟିଫିନ୍ ବୋମାକୁ ଠାବ କରିଥିଲେ। ଜିଲା ବୋମା ନିଷ୍କ୍ରିୟ ଦଳକୁ ଡକାଇ ଟିଫିନ ବୋମାକୁ ନିଷ୍କ୍ରିୟ କରିଥିଲେ। ଏହି ଖବର ପାଇ ଜିଲା ଆରକ୍ଷୀ ଅଧିକାରୀ ବିବେକାନନ୍ଦ ଶର୍ମା, ଏସଡିପିଓ ଦେବଜ୍ୟୋତି ଦାସ ସେଠାରେ ପହଞ୍ଚିଥିଲେ। ଏହି କାରଣୁ ଉକ୍ତ ରାସ୍ତା ପ୍ରାୟ ୩ ଘଣ୍ଟା ଧରି ଅବରୋଧ ରହିଥିଲା। ଏହାକୁ ନେଇ ଜିଲା ଆରକ୍ଷୀ ଅଧିକାରୀ କହିଛନ୍ତି ଯେ ନିୟମଗିରିରେ ଶାନ୍ତି ଶୃଙ୍ଖଳାରେ ମତଦାନ ଚାଲିଛି। ଡଙ୍ଗରିଆଙ୍କୁ ଭୋଟ ନ ଦେବା ଓ ଲୋକଙ୍କୁ ଭୟଭୀତ କରିବା ପାଇଁ ଏହା ମାଓବାଦୀଙ୍କ ଷଡଯନ୍ତ୍ର ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories