କଲ୍ୟାଣସିଂହପୁର : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋର ସୋରରେ ପ୍ରଚାର ଶେଷ ହୋଇଥିବା ବେଳେ ୨୦ ତାରିଖରେ ମତଦାନ ରହିଛି । ଯାହାଫଳରେ କାହାର ମୁଣ୍ଡରେ ସୁନାର ମୁକୁଟପିନ୍ଧା ଯିବ ଜନ ପ୍ରତିନିଧି ମାନେ ଅନାଇ ରହିଛନ୍ତି ।ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ୪ଟି ପ୍ରମୁଖ ଦଳ ବିଜୁ ଜନତା ଦଳ, କଂଗ୍ରେସ, ବିଜେପି, ବହୁଜନ ସମାଜ ପାର୍ଟି ମଧ୍ୟରେ ପ୍ରତି ଦ୍ବନ୍ଦିତା ଚାଲିଥିବା ବେଳେ ନେତା ଓ ପ୍ରତିନିଧି ମାନେ ଦିନରାତି ଏକ କରି ଉକ୍ତ ବ୍ଲକର ୧୪ଟି ପଞ୍ଚାୟତର ପ୍ରତ୍ୟେକ ଗାଁ ଗାଁର ଘର ଘର ବୁଲି ନିଜ ନିଜ ଦଳୀୟ ଚିହ୍ନ ଦେଖାଇ ଭୋଟ ଭିକ୍ଷା କରିଥିଲେ ।
୨୦ ତାରିଖରେ ମତଦାନ ହେବା ପରେ ୨୬,୨୭,୨୮ତାରିଖରେ ଗଣତି କରାଯିବ। ଶେଷରେ କେଉଁ ଦଳ ସୁନାର ମୁକୁଟ ପିନ୍ଧିବ ତାହା ଦେଖିବାକୁ ବାକି ରହିଲା ।
କଲ୍ୟାଣସିଂହପୁର ବ୍ଲକରେ ୨୦ ତାରିଖରେ ମତଦାନ
Popular Categories



