www.samajalive.in
Sunday, December 7, 2025
13.1 C
Bhubaneswar

ତୁଳସୀପୁର ପଞ୍ଚାୟତରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାରରେ ବିଧାୟକ ଦେବୀରଞ୍ଜନ

ବାଙ୍କୀ: ୩ ଦିନ ପରେ ବାଙ୍କୀ ନିର୍ବାଚନ ମଣ୍ଡଳୀର ଡମପଡା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏବେ ପ୍ରତି ପଞ୍ଚାୟତରେ ପ୍ରତିଦ୍ୱନ୍ଦୀମାନଙ୍କର ପ୍ରଚାର କାର୍ଯ୍ୟ ଯୋର ଧରିଛି। ୧୭ଟି ପଞ୍ଚାୟତର ୨୬୨ଓାର୍ଡର ୭୬ହଜାର ୬୭୩ଜଣ ଭୋଟର ମତଦାନ କରି ନିଜର ନିର୍ଣ୍ଣାୟକ ପ୍ରାର୍ଥୀ ଚୟନ କରିବେ। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ପୂର୍ବାହ୍ନରେ ୩୭ନଂ ଜିଲ୍ଲାପରିଷଦ ଜୋନ ଅନ୍ତର୍ଗତ ତୁଳସୀପୁର ପଞ୍ଚାୟତରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ପ୍ରାର୍ଥୀମାନଙ୍କ ପାଇଁ ଘର ଘର ବୁଲି ଭୋଟ ଭିକ୍ଷା କରିଛନ୍ତି। ଏହି ପ୍ରଚାର କାର୍ଯ୍ୟରେ ନିଜର ସମର୍ଥକମାନଙ୍କ ସହିତ ଜିଲ୍ଲାପରିଷଦ ପ୍ରାର୍ଥିନୀ ମିନତୀ ମହାପାତ୍ର, ସରପଞ୍ଚ ପ୍ରାର୍ଥୀ ଅର୍ଜୁନ ସାହୁ ଏବଂ ସମିତିସଭ୍ୟ ପ୍ରାର୍ଥୀ ଜଗବନ୍ଧୁ ଷଡଙ୍ଗୀ ପ୍ରମୁଖ ପଞ୍ଚାୟତର ଘରଘର ବୁଲି ଭୋଟ ଭିକ୍ଷା କରିଛନ୍ତି। ଦିନ ଯେତେ ପାଖେଇ ଆସୁଛି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ପ୍ରାର୍ଥୀମାନଙ୍କ ପକ୍ଷରୁ ପ୍ରଚାର କାର୍ଯ୍ୟ ସେତିକି ଯୋର ଧରୁଛି। ଏହି ପଞ୍ଚାୟତର ୧୧ଟି ୱାର୍ଡର ୪ଟି ମତଦାନ କେନ୍ଦ୍ରରେ ୩ହଜାର ୩୩ଜଣ ଭୋଟର ଭୋଟ ଦେଇ ନିଜର ନିର୍ଣ୍ଣାୟକ ପ୍ରାର୍ଥୀ ଚୟନ କରିବେ ବୋଲି ଜଣାପଡିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories