ରାତି ଅଧିଆ ବିଜେପି କର୍ମୀ ଗିରଫ, ପ୍ରତିବାଦରେ ତୁରୁମୁଙ୍ଗା ଥାନା ଅଧିକାରୀଙ୍କୁ ୬ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ

ପାଟଣା: ରାତି ଅଧରେ ଜଣେ ବିଜେପି କର୍ମୀଙ୍କୁ ବଲାଣିପଶି ଗ୍ରାମରୁ ଉଠାଇବାକୁ ଯାଇ ହଟହଟା ହୋଇଛି ତୁରୁମୁଙ୍ଗା ଥାନା ପୁଲିସ। ରାତି ଅଧିଆ ବିଜେପି କର୍ମୀଙ୍କୁ ଗିରଫ ପ୍ରତିବାଦରେ ତୁରୁମୁଙ୍ଗା ଥାନା ଅଧିକାରୀ ମଦନ ମୋହନ ନାଏକଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀଙ୍କୁ ଗାଁରେ ଅଟକ ରଖିଥିଲେ ଗ୍ରାମବାସୀ।
କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ବଲାଣିପଶି ଗ୍ରାମ ରେ ବୁଧବାର ରାତିରେ ଏଭଳି ଘଟଣା ଘଟିଛି । ଗ୍ରାମର ଶିବଚରଣ ମହାନ୍ତ ନାମକ ଯୁବକଙ୍କୁ ନିର୍ବାଚନ ପାଇଁ ବିଜେପି ଦଳ ପକ୍ଷରୁ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ତୁରୁମୁଙ୍ଗା ଥାନା ଅଧିକାରୀ ମଦନ ମୋହନ ନାଏକ ସମେତ ଅନ୍ୟ କର୍ମଚାରୀ ଯାଇ ଶିବଚରଣଙ୍କ ଘରେ ପହଞ୍ଚିଥିଲେ। ରାତିରେ ତାଙ୍କୁ ଥାନାକୁ ଉଠାଇ ଆଣୁଥିବା ବେଳେ ୨୧ ନମ୍ବର ଜିଲା ପରିଷଦ ଜୋନ ଅନ୍ତର୍ଗତ କଣ୍ଟିଆପଡା ପଞ୍ଚାୟତ ବଲାଣିପଶି ଗାଁର ଲୋକେ ଗାଡ଼ି ସହ ପୁଲିସକୁ ରାତି ସାରା ଅଟକ ରଖିଥିଲେ।

 

prayash

ଏହାପରେ ଖବର ପାଇ ଘଟଣା ସ୍ଥଳରେ ଚମ୍ପୁଆ ଏସଡିପିଓ ରାମରାୟ ମୁର୍ମୁ , ଘଟଗାଁ ଏସଡିପିଓ ଅସିତ ରଞ୍ଜନ ମହାନ୍ତି, ପାଟଣା ତହସିଲର ତାପସ ରଞ୍ଜନ ଦେହୁରୀ, ଝୁମ୍ପୁରା ଥାନା ଅଧିକାରୀ ବରେନ୍ଦ୍ର ଶିଆଳ, ପାଟଣା ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁ ପହଞ୍ଚି ଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ପରେ ୨ ପ୍ଲାଟୁନ ଫୋର୍ସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ଏହାପରେ ଗ୍ରାମବାସୀଙ୍କ କବଳରୁ ତୁରୁମୁଙ୍ଗା ପୁଲିସଙ୍କୁ ଗୁରୁବାର ସକାଳୁ ଉଦ୍ଧାର ଉଦ୍ଧାର କରାଯାଇଥିଲା। ଗ୍ରାମରେ ଉତ୍ତେଜନା ଲାଗି ରହିଥିବା ବେଳେ ଆଜି କଣ୍ଟିଆପଡ଼ା ଓ ବଲାଣିପଶି ଗ୍ରାମରେ ଦେଢ଼ ଶହ ପୁଲିସ ମୁତୟନ ଥିବା ଜଣାପଡିଛି।

kalyan agarbati

Comments are closed.