ଘିଚାମୁରା-ବେଉଁରା ଗୁଳିକାଣ୍ଡ ଳାଣ୍ଡ: ଗୁଳି-ଖୋକା ଓ ବନ୍ଧୁକ ଜବତ, ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

ରେଙ୍ଗାଲି: ଗତ ମଙ୍ଗଳବାର ରାତିରେ ଘିଚାମୁରା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ରୂପେ ପ୍ରତିଦ୍ୱନ୍ଦ୍ବିତା କରୁଥିବା ଲଲିତ କୁମାର ସାହୁଙ୍କ ବେଉଁରା ଗ୍ରାମ ସ୍ଥିତ ବାସ ଭବନ ଉପରେ ହୋଇଥିବା ଗୁଳିମାଡରେ ସଂପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଠେଲକୋଲୋଇ ପୁଲିସ ଆଜି କୋର୍ଟ ଚାଳାଣ କରିଛି। ଦୁଇ ଜଣ ଅଭିଯୁକ୍ତ ହେଲେ କିସାନପଡାର ଚୈତନ୍ୟ କିସାନ ଏବଂ ସୁଦର୍ଶନ କିସାନ। ଲଲିତ ସାହୁଙ୍କ ଘର ଭିତରୁ ବନ୍ଧୁକରୁ ଫୁଟି ବାହାରି ଥିବା ଗୋଟିଏ ଗୁଳି ଏବଂ ଗୋଟିଏ ଖୋକା ଜବତ କରାଯାଇଛି। ଅଭିଯୁକ୍ତମାନଙ୍କ ପାଖରୁ ଦୁଇଟି ଦେଶୀ ବନ୍ଧୁକ ସହିତ ବହୁ ପରିମାଣର ଗୂଳି ଏବଂ ଗୁଳି ତିଆରି ପାଇଁ ବ୍ୟବହୃତ ରାସାୟନିକ ପଦାର୍ଥ, ଦୁଇଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଅଭିଯୁକ୍ତ ଦ୍ୱୟଙ୍କ ବିରୋଧରେ ଠେଲକୋଲୋଇ ଥାନା ରେ କେସ୍ ନଂ ୪୮ ଦଫା ୪୫୭,୪୨୭,୩୦୭,୩୪ ଆଇପିସି ଏବଂ ୨୫/୨୭ ଆର୍ମ୍ସ ଆକ୍ଟ ରେ ମାମଲା ରୁଜୁ କରାଯାଇଛି ବୋଲି ଠେଲକୋଲୋଇ ଆଇଆଇସି ବିଧୁଭୁଷଣ ମିଶ୍ର ସୂଚନା ଦେଇଛନ୍ତି।

kalyan agarbati

Comments are closed.