ରଙ୍ଗେଇଲୁଣ୍ଡା ବ୍ଲକ: ୩୦ ସରପଞ୍ଚ, ୨୭ ସମିତି ସଭ୍ୟ ଓ ୩ ଜିଲା ପରିଷଦଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୪୦୫୨୮ ଭୋଟର

ଗୋପାଳପୁର: ଶୁକ୍ରବାର ରଙ୍ଗେଇଲୁଣ୍ଡା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ୧୪୦୫୨୮ ଭୋଟର ନିଜର ମତଦାନ ସାବ୍ୟସ୍ତ ସହ ୩୦ ସରପଞ୍ଚ, ୨୭ ସମିତି ସଭ୍ୟ ଓ ୩ ଜିଲ୍ଲା ପରିଷଦଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏନେଇ ପ୍ରଶାସନ ସମେତ ପୁଲିସ ବିଭଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବ୍ଲକ ଅଧିନରେ ୩୨ ପଞ୍ଚାୟତ ରହିଥିବା ବେଳେ ୨ ସରପଞ୍ଚ ଓ ୫ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇ ସାରିଛନ୍ତି। ଏଣୁ ଏବେ ୩୦ ପଞ୍ଚାୟତର ସରପଞ୍ଚ ଓ ୨୭ ସମିତି ସଭ୍ୟ ଓ ୩ ଜିଲା ପରିଷଦ ସଭ୍ୟ ପଦ ନିମନ୍ତେ ଭୋଟଦାନ ଅନୁଷ୍ଠିତ ହେବ। ଏହି କ୍ରମରେ ୭୧୮୦୧ ମହିଳା, ୬୮୭୨୦ ପୁରୁଷ ଏବଂ ୭ ଅନ୍ୟ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ। ୪୦୦ ବୁଥରେ ଭୋଟଦାନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏ‌ହା ମଧ୍ୟରୁ ୬୮ ବୁଥ ସମ୍ବେଦନଶୀଳ ଓ ୧୪ ବୁଥ ଅତି ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି। ଏହି ସବୁ ସ୍ଥାନରେ ଗୋଳନ୍ଥରା ଥାନା ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଗୋଳନ୍ଥରା ଥାନାରେ ପହଞ୍ଚି ଭୋଟଦାନ ସମୟରେ ନିଆଯାଇଥିବା ପୁଲିସ ବ୍ୟବସ୍ଥା ନେଇ ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର, ଏସପି ଅସୀମ ପଣ୍ଡା, ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର ଓ ଗୋଳନ୍ଥରା ଥାନା ଆଇଆଇସି ବିବେକାନନ୍ଦ ମହନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ।

prayash

ଶୁକ୍ରବାର ଭୋଟଦାନ ପକ୍ରିୟାକୁ ଶାନ୍ତିଶୃଙ୍ଖଳାର ସହ ସମାପନ ନିମନ୍ତେ ୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏଥିରେ ୧୦ ଇନିସିପେକ୍ଟର, ୪ ଡିଏସପି, ୨୦ ଏସଆଇ ଓ ୮ ଏଏସଆଇଙ୍କୁ ନିୟୋଜିତ କରାଯାଇଛି ବୋଲି ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।
ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ବୁଥରେ ପୁଲିଂ କର୍ମଚାରୀ ସମେତ ବେଲଟ ବକ୍ସ ଓ ବେଲେଟ ପେପର ପହଞ୍ଚି ଯାଇଛି। ହଳଦିଆପଦର ଗାଁରେ ପ୍ରଶାସନ ପକ୍ଷରୁ ପିଙ୍କ ବୁଥର ବ୍ୟବସ୍ଥା କରାଯାଇଛି ବୋଲି ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ସୂଚନା ଦେଇଛନ୍ତି।

kalyan agarbati

Comments are closed.