ବି.ମାଳିଗୁଡା ଗ୍ରାମ ପଞ୍ଚାୟତ ସରପଞ୍ଚ ନିର୍ବାଚନ ସ୍ଥଗିତ

ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକ: ୩୪୩ଟି ବୁଥରେ ୧୦୪୦୦୭ଭୋଟର କରିବେ ମତଦାନ

ନବରଙ୍ଗପୁର: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ତେନ୍ତୁଳିଖୁଣ୍ଟିି ବ୍ଲକ ଓ ନନ୍ଦାହାଣ୍ଡିବ୍ଲକରେ ଶୁକ୍ରବାର ଅନୁଷ୍ଠିତ ହେବ। ଏହି ଦୁଇଟି ବ୍ଳକ ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନରେ ରହିଛି। ଏହି ଦୁଇଟି ବ୍ଲକର ମୋଟ ୨୬ଟି ଗ୍ରାମପଞ୍ଚାୟତରେ ୩୪୩ ଟି ବୁଥରେ ଭୋଟ ଗ୍ରହଣ କରାଯିବ। ଏଥିିରେ ମୋଟ ୧୦୪୦୦୭ଭୋଟର ସେମାନଙ୍କର ମତଦାନ କରିବେ। ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବି.ମାଳିଗୁଡା ଗ୍ରାମ ପଞ୍ଚାୟତର ଜଣେ ସରପଞ୍ଚ ପ୍ରାର୍ଥୀଙ୍କର ମୃତ୍ୟୁ ହୋଇଥିବାରୁ ଏହି ପଞ୍ଚାୟତରେ କେବଳ ସରପଞ୍ଚ ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଏଠାରେ ଅନ୍ୟପଦବୀ ପାଇଁ ନିର୍ବାଚନ ହେବ ବୋଲି ଜଣାପଡ଼ିଛି।

prayash

ତେନ୍ତୁଳିଖୁଣ୍ଟିି ବ୍ଲକରେ ମୋଟ ୧୫ଟି ଗ୍ରାମପଞ୍ଚାୟତ ରହିଥିବାବେଳେ ମୋଟ ୫୯୬୯୫ଜଣ ଭୋଟ ଦେବେ। ମୋଟ ୨୧୩ଟି ବୁଥ ମଧ୍ୟରୁ ୨୮ଟି ସମ୍ବେଦନଶୀଳ ଓ ୮ଟି ଅତି ସମ୍ବେଦନଶୀଳ ରହିଛି। ଏହି ବ୍ଲକରେ ୨ଟି ଜିଲା ପରିଷଦ ସଭ୍ୟ ପାଇଁ ୮ଜଣ ପ୍ରାର୍ଥୀ ଥିବାବେଳେ ୧୫ ଟି ସମିତିସଭ୍ୟ ପଦବୀ ପାଇଁ ୪୪ ଜଣ ପ୍ରାର୍ଥୀ, ୧୫ ଟି ସରପଞ୍ଚ ପାଇଁ ୪୯ଜଣ ପ୍ରାର୍ଥୀ ଓ ୨୧୩ଟି ୱାର୍ଡସଭ୍ୟ ପଦବୀ ପାଇଁ ମାତ୍ର ୬୨ ଜଣ ପ୍ରାର୍ଥୀ ରହିଛନ୍ତି। ସେହିପରି ନନ୍ଦାହାଣ୍ଡିବ୍ଲକର ୧୧ ଗ୍ରାମପଞ୍ଚାୟତରେ ୧୩୦ଟି ବୁଥ ରହିଥିବାବେଳେ ମୋଟ ୪୪୩୧୨ ଭୋଟର ମତଦାନ କରିବେ। ଏହି ବ୍ଲକର କେବଳ ୨୦ଟି ବୁଥ୍‍ ସମ୍ବେଦନଶୀଳ ରହିଛି। ଏହି ବ୍ଳକରେ ୨ଟି ଜିଲାପରିଷଦ ସଭ୍ୟ ପାଇଁ ୧୦ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ବିତା କରୁଥିବାବେଳେ ୧୧ ଟି ସମିତିସଭ୍ୟ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ , ୧୧ଟି ସରପଞ୍ଚ ପାଇଁ ୩୭ ଜଣ ପ୍ରାର୍ଥୀ ଓ ୧୩୦ ଟି ୱାର୍ଡ ସଭ୍ୟ ପାଇଁ ମାତ୍ର ୪୦ ଜଣ ପ୍ରାର୍ଥୀ ରହିଛନ୍ତି।

ଗୁରୁବାରଦିନ ଅପରାହ୍ନ ସୁଦ୍ଧା ସମସ୍ତ ବୁଥରେ ପୋଲିଂ ଅଧିକାରୀମାନେ ପହଞ୍ଚିଥିବାବେଳେ ସମସ୍ତ ବୁଥ୍‍ରେ ଶୁକ୍ରବାର ପୂର୍ବାହ୍ନ ୭ଟା ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ। ଆଜି ଜିଲାପାଳ ଡ.କମଳ ଲୋଚନ ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ପିଏସ ପୁରୁଷୋତ୍ତମ ଦାସ ଓ ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ରତ୍ମାକର ସାହୁ ଓ ଅନ୍ୟାନ୍ୟ ଜିଲାସ୍ତରୀୟ ଅଧିକାରୀମାନେ ଏହି ଦୁଇଟି ବ୍ଲକକୁ ଗସ୍ତ କରି ନିର୍ବାଚନ କାର୍ଯ୍ୟର ତଦାରଖ କରିଥିଲେ।

kalyan agarbati

Comments are closed.