ଆମାଜନ ଇଣ୍ଡିଆ ପକ୍ଷରୁ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ବଜାରର ଶୁଭାରମ୍ଭ
ବେଙ୍ଗାଲୁରୁ: ଆମାଜନ ଇଣ୍ଡିଆ ପକ୍ଷରୁ ଦେଶରେ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ବଜାରର ଶୁଭାରମ୍ଭ ପାଇଁ ଇନଭେଷ୍ଟ ଇଣ୍ଡିଆ ଏବଂ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ ଆସୋସିଏସନ (ଆଇଆଇଏ) ସହିତ ହାତ ମିଳିଛି। ଏମ୍ଏସ୍ଏମ୍ଇ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଏହି ଉତ୍ସର୍ଗୀକୃତ ଷ୍ଟୋରକୁ ଲୋକାର୍ପିତ କରିଛନ୍ତି। ଏହି ଷ୍ଟୋରରେ ସ୍ଥାନୀୟ ଭାରତୀୟ କାରିଗରମାନଙ୍କ ଦ୍ୱାରା ନିର୍ମିତ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସହିତ ଉତ୍ପାଦିତ କୃଷି ସାମଗ୍ରୀ ମହଜୁଦ୍ ରହିବ। ଏହି ବଜାରର ଆଂଚଳିକ ୱେବ ପୃଷ୍ଠାରେ ଉତରପ୍ରଦେଶ, ଛତିଶଗଡ଼, କର୍ଣ୍ଣାଟକ, ଓଡ଼ିଶା, ମହାରାଷ୍ଟ୍ର ଓ ଆସାମର ଅନନ୍ୟ ଉତ୍ପାଦ ମିଳିପାରିବ।
ଏହି ଅବସରରେ ମନ୍ତ୍ରୀ ନାରାୟଣ ରାଣେ କହିଛନ୍ତି, ଏମ୍ଏସ୍ଏମ୍ଇଗୁଡ଼ିକ ହେଉଛି ନୂଆ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଇଞ୍ଜିନ ସଦୃଶ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆତ୍ମନିର୍ଭର ଭାରତଙ୍କ ଆହ୍ୱାନକୁ ଦୃଷ୍ଟିରେ ରଖି ଆମ ସରକାର ବିଭିନ୍ନ ଯୋଜନା ଆରମ୍ଭ କରିବା ସହିତ ଏମ୍ଏସ୍ଏମ୍ଇକୁ ମଜବୁତ କରିବା ତଥା ଯୁବକମାନଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବକୁ ଉତ୍ସାହିତ କରିବା ପାଇଁ ବହୁ ଗୁରୁତ୍ୱ୍ୱପୂର୍ଣ୍ଣ ସଂସ୍କାର ଆଣିଛନ୍ତି। ମେଡ ଇନ ଇଣ୍ଡିଆ ଉତ୍ପାଦକୁ ପ୍ରୋତ୍ସାହିତ କରିବା ଏବଂ ଆମର ଏମ୍ଏସ୍ଏମ୍ଇଗୁଡିକର ରପ୍ତାନି ସମ୍ଭାବନାକୁ ବୃଦ୍ଧି କରିବା ପାଇଁ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି କଂଚାମାଲ, ପ୍ରଯୁକ୍ତିବିଦ୍ୟା, ଆର୍ଥିକ ସହାୟତା, କୌଶଳ ବିକାଶ, ପ୍ୟାକେଜିଂ, ମାର୍କେଟିଂ ଏବଂ ତାଲିମ ଆଦି ଉପରେ ଗୁରୁତ୍ୱାରୋପ କରିଛି।
Comments are closed.