ବେକରେ ରଶି ଲଗାଇ ଆତ୍ମହତ୍ୟା

ଚୌଦ୍ୱାର: ଚୌଦ୍ୱାର ଚାରବାଟିଆ ହାଉସିଂବୋର୍ଡ କଲୋନୀରୁ ଜନୈକ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରା ଯାଇଛି। ପ୍ରକାଶ ଯେ କଲୋନୀସ୍ଥିତ ତାରିଣୀ ମନ୍ଦିର ନିକଟରେ ଆଗ୍ରାହାଟ ବ୍ରାହ୍ମଣ ସାହିର ରବୀନ୍ଦ୍ର ବେହେରା ଘରଭଡା ନେଇ ରହୁଥିଲେ। ସୋମବାର ବିଳମ୍ବିତ ରାତିରେ ସେ ନିଜ ଶୋଇବା ଘରେ ବେକରେ ରଶି ଲଗାଇ ଫ୍ୟାନରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ଏବଂ ଏ ସଂକ୍ରାନ୍ତରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ କଟକ ବଡ ଡାକ୍ତରଖାନା ପଠାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ ଗତ ୨ବର୍ଷ ତଳେ ରବୀନ୍ଦ୍ରଙ୍କ ପତ୍ନୀ ମଧ୍ୟ ଆତ୍ମହତ୍ୟା କରିଥିଲେ। ମୃତ ରବୀନ୍ଦ୍ରଙ୍କ ୨ଟି ଝିଅ ଅଛନ୍ତି।

kalyan agarbati

Comments are closed.