ପଞ୍ଚାୟତ ନିର୍ବାଚନ: ମହାମେଣ୍ଟର ମହା ସଂଗ୍ରାମ

ଆରଡି:ଚଳିତ ତ୍ରିସ୍ତରୀୟ ପଞ୍ଚାତ ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ବିଭିନ୍ନ ଦଳର ରହିଥିଲେ ବହୁ ଆଶାୟୀ ପ୍ରାର୍ଥୀ। ଏପରିକି ଦଳର ମଙ୍ଗୁଆଳଙ୍କ ପକ୍ଷରୁ ପ୍ରାର୍ଥୀ ନିର୍ବାଚନ ଲଢିବା ପାଇଁ ଘୋଷଣା ହେବା ପରେ ଅଧିକାଂଶ ଅସନ୍ତୁଷ୍ଟ କର୍ମୀମାନେ ଦଳ ବଦଳାଇ ଥିବା ବେଳେ ଆଉକେତେକ ଅସନ୍ତୁଷ୍ଟ କର୍ମୀ ମିଳିମିଶି ଏକ ଜନମଞ୍ଚ ଓ ମହାମେଣ୍ଟ ପରି ବିଭିନ୍ନ ମେଣ୍ଟ ଗଠନ କରି ନିର୍ବାଚନରେ ପ୍ରାର୍ଥୀ ଦେଇ ଆଶା ରଖିଛନ୍ତି ନିର୍ବାଚନ ବୈତରଣୀ ପାରି ହେବା ପାଇଁ । ସେହିପରି କଂଗ୍ରେସ ଓ ବିଜେପି ଗାଁ ମୁଖିଆ ହେବା ପାଇଁ ବିଜେଡି ବିରୋଧରେ ଆରଡି ସହ ନାନ୍ଦପୁର ପଞ୍ଚାୟତରେ କରିଛି ମହାମେଣ୍ଟ। ଅନ୍ୟପଟେ ପୁର୍ନବାର ଗଡ ରକ୍ଷା ପାଇଁ ବିଜେଡି ପ୍ରାର୍ଥୀ ଓ କର୍ମୀଙ୍କ ପକ୍ଷରୁ ଜୋରଦାର ପ୍ରଚାର ଚଳାଇବା ସହ ପ୍ରତିଦ୍ୱନ୍ଦିତାଙ୍କ ଠାରୁ ଅଧିକ ଭୋଟରେ ବିଜୟ ଆଶା ରଖି ଚଳାଇଛନ୍ତି ମହାସଂଗ୍ରାମ। ଏହାସହିତ ଉଭୟ ମହାମେଣ୍ଟ ଓ ବିଜେଡି ପକ୍ଷରୁ ଭୋଟରମାନଙ୍କୁ ନାନା ପ୍ରତିଶୃତି ଦେବା ସହ ଅଧୁରା ରହିଥିବା କାର୍ଯ୍ୟକୁ ସମ୍ପୁର୍ଣ୍ଣ କରିବା ଆଦିକୁ ନେଇ ମୁଖ୍ୟ ପ୍ରସଙ୍ଗ କରିଛନ୍ତି।

prayash

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାନ୍ଦବାଲି ବ୍ଲକରେ ଆସନ୍ତା ୧୮ରେ ଅନୁଷ୍ଠିତ ହେବ। ଏଥିପାଇଁ ପାଇଁ ସମୟ ଯେତିକି ପାଖେଇ ଆସୁଛି ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବା ପ୍ରାର୍ଥିମାନଙ୍କର ଉତ୍କଣ୍ଠା ସେତିକି ବଢିବାରେ ଲାଗିଛି। ଏପରିକି ଭୋଟରମାନଙ୍କ ମନ ଜିଣିବା ପାଇଁ ନାନା ପ୍ରକାରର ପ୍ରଚାର ଚଳାଇଛନ୍ତି ବିଭିନ୍ନ ଦଳର ସମର୍ଥିତ ପାର୍ଥୀମାନେ। ଆରଡି ପଞ୍ଚାୟତର ଜଣେ ପୁରୁଖା ନେତା ତାଙ୍କର ପତ୍ନିଙ୍କୁ ସରପଞ୍ଚ ପ୍ରାର୍ଥୀ କରିଥିବା ବେଳେ ତାଙ୍କ ସହ ଟକ୍କର ଦେବା ପାଇଁ କଂଗ୍ରେସ ଓ ବିଜେପି ମହାମେଣ୍ଟ ପକ୍ଷରୁ ନବାଗତ ଭାବେ ଜଣେ ମହିଳା ସରପଞ୍ଚ ପ୍ରାର୍ଥୀ ଭାବେ ଲଢୁଛନ୍ତି। ଉଭୟଙ୍କ ମଧ୍ୟରେ କଡା ଟକ୍କର ହେଉଥିବାରୁ ଉଭୟଙ୍କର ଉତକଣ୍ଠା ବଢିବାରେ ଲାଗିଛି।
ଚାନ୍ଦବାଲି ବ୍ଲକର ଓଳଗ ପଞ୍ଚାୟତରେ ବିଜେଡି ଗଡ ରକ୍ଷା ପାଇଁ ବିଧାୟକ ବ୍ୟୋମକେଶ ରାୟ ନବାଗତ ସରପଞ୍ଚ ପ୍ରାର୍ଥୀ ଭାବେ ବ୍ଲକର ଯୁବ ସଭାପତି ପ୍ରଫୁଲ ବେହେରାଙ୍କୁ ଦାୟିତ୍ୱ ଦେଇଥିବା ବେଳେ ବିଜେପିର ମଙ୍ଗ ଧରିଥିବା ମନମୋହନ ସାମଲ ଗଡ ଦଖଲ ଆଶାରେ ପୂର୍ବତନ ସରପଞ୍ଚ କିଶୋର ନାୟକଙ୍କୁ ପୁର୍ନବାର ସରପଞ୍ଚ ପ୍ରାର୍ଥୀ ଭାବେ ଚୟନ କରଛନ୍ତି। ହେଲେ ଦଳର ଥିବା ଆଭ୍ୟନ୍ତରଣିୟ ଅସନ୍ତୁଷ୍ଟ କର୍ମୀ କାହା ସପକ୍ଷରେ ଯିବେ ସେଥିନେଇ ଦଳ ଆଶା ଆଶଙ୍କାରେ ରହିଛି। ଅପରପକ୍ଷରେ ଦ୍ବିତୀୟ ଥର ପାଇଁ ପଞ୍ଚାୟତ ଆସନ ଦଖଲ ନିମନ୍ତେ ବିଜେଡିର ସମର୍ଥିତ ପ୍ରାର୍ଥୀ ଜୋରଦାର ପ୍ରଚାର ଚଳାଇବା ସହ ଭୋଟରଙ୍କ ନିକଟରେ ବିକାଶର ମୁଦ୍ଧା ନେଇ ପହଞ୍ଚୁଛନ୍ତି।

kalyan agarbati

Comments are closed.