ସେନାର ଦୁଇ ଯବାନଙ୍କ ଆତ୍ମହତ୍ୟା

0

ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ କାର୍ଯ୍ୟରତ ସେନାର ଦୁଇଜଣ ଯବାନ ମଙ୍ଗଳବାର ନିଜ ସର୍ଭିସ ରାଇଫଲରୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। କୁଲଗାଓଁ ଓ ସାମ୍ବା ଜିଲାରେ ଏହି ଦୁଇଟି ଅଘଟଣ ଘଟିଛି। କୁଲଗାଓଁ ଜିଲାର କ୍ୱାଜିଗୁଣ୍ଡ ଅଞ୍ଚଳର ମୋଗଲଗୁଣ୍ଡସ୍ଥିତ ସେନା ଶିବିରରେ ୧୦ ଶିଖ ରେଜିମେଣ୍ଟର ସିପାହୀ କୁଲବିନ୍ଦର ସିଂହ ନିଜ ସର୍ଭିସ ରାଇଫଲରୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ସେନା ହସ୍ପିଟାଲକୁ ନିଆଯାଇଥିବାବେଳେ ମୃତ ଘୋଷଣା କରାଯାଇଥିଲା। ସେହିପରି ସାମ୍ବା ଜିଲାର ନରେଶ ଯାଦବ ନାମକ ଜଣେ ଯବାନ ଆତ୍ମହତ୍ୟା କରିଛନ୍ତି। ଏହା ପୂର୍ବରୁ ମାର୍ଚ୍ଚ ୧୦ରେ ସିଆରପିଏଫର ଜଣେ ଯବାନ ଆତ୍ମହତ୍ୟା କରିଥିଲେ। ଆତଙ୍କବାଦ ଅଧ୍ୟୁଷିତ ଜାମ୍ମୁ-କାଶ୍ମୀରରେ କାର୍ଯ୍ୟରତ ସୁରକ୍ଷାକର୍ମୀମାନେ ଅତ୍ୟନ୍ତ ମାନସିକ ଚାପ ମଧ୍ୟରେ ରହୁଥିବା କାରଣରୁ ଏପରି ଆତ୍ମହତ୍ୟା କରୁଥିବା ଜଣାଯାଇଛି।

Leave A Reply