www.samajalive.in
Wednesday, December 10, 2025
15.1 C
Bhubaneswar

ଆଠଗଡ ବ୍ଲକ ଜିଲା ପରିଷଦ ଜୋନ-୩ ଓ ଅନନ୍ତପୁର ପଞ୍ଚାୟତରେ ପ୍ରଚାର ଜୋରଦାର

ଗୁରୁଡିଝାଟିଆ: ଆଠଗଡ ବ୍ଲକର ନବଗଠିତ ଅନନ୍ତପୁର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଲକ୍ଷ୍ମୀଧର ସାମନ୍ତରାୟ ଜୋରଦାର ପ୍ରଚାରରେ ଲାଗିପଡିଛନ୍ତି। ଗାଁ ଗାଁରେ ଭୋଟରମାନଙ୍କୁ ଭେଟି ନିଜ ସପକ୍ଷରେ ମତଦାନ ପାଇଁ ଶକ୍ତି ସଂଗ୍ରହ କରୁଛନ୍ତି। ନିଜ ସମର୍ଥକଙ୍କୁ ଧରି ଅନନ୍ତପୁର, ନୂଆସାଶନ, ବ୍ରହ୍ମପୁରରେ ମାରାଥନ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଲକ୍ଷ୍ମୀଧରଙ୍କ ସହିତ ଅନ୍ୟ ୪ଜଣ ସରପଞ୍ଚ ପ୍ରାର୍ଥୀଭାବରେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ୧୧ଟି ୱାର୍ଡକୁ ନେଇ ଗଠିତ ଏହି ପଞ୍ଚାୟତରେ ଭୋଟର ସଂଖ୍ୟା ୨୯୬୧ ହୋଇଥିବା ବେଳେ ସେଥିରୁ ପୁରୁଷ ଭୋଟର ସଂଖ୍ୟା ୧୫୨୧ ଓ ମହିଳା ଭୋଟର ସଂଖ୍ୟା ୧୪୪୦ ଅଟେ। ଲକ୍ଷ୍ମୀଧର ଜଣେ ଅମାୟିକ ଓ ମିଷ୍ଟଭାଷୀ ହୋଇଥିବାରୁ ଭୋଟରଙ୍କ ମହଲରେ ସହଜରେ ଆଦୃତ ହୋଇପାରୁଛନ୍ତି। ନିଜ ଗାଁ ବ୍ରହ୍ମପୁରରୁ ସମର୍ଥକଙ୍କୁ ଧରି ଘରଘର ବୁଲି ପ୍ରଚାର ଆରମ୍ଭ କରି ଅନନ୍ତପୁର ଓ ନୂଆଶାସନରେ ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି।ପଞ୍ଚାୟତକୁ ପ୍ରଗତିଶୀଳ ଓ ସମୃଦ୍ଧି କରିବା ସହିତ ଜନସାଧାରଣଙ୍କ ମୌଳିକ ସୁବିଧା ଯୋଗାଇଦେବା ଓ ମହିଳାମାନଙ୍କୁ ଶସକ୍ତ କରିବା ଆଭିମୁଖ୍ୟ ନେଇ ଭୋଟରଙ୍କ ନିକଟରେ ପହଞ୍ôଚଛନ୍ତି। ଏହି ପଞ୍ଚାୟତରେ ଆସନ୍ତା ୨୨ ତାରିଖ ଦିନ ଭୋଟରମାନେ ମତଦାନ ସାବ୍ୟସ୍ତ କରିବେ।

ଆଠଗଡ ବ୍ଲକ ଜିଲା ପରିଷଦ ଜୋନ-୩ ରେ ଭାରତୀୟ ଜନତାପାର୍ଟିର ପ୍ରାର୍ଥୀ ରଞ୍ଜନ ସେନାପତିଙ୍କ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ବ୍ରଜେନ୍ଦ୍ର ରାୟ। ଦଳୀୟ ପ୍ରାର୍ଥୀ ଶ୍ରୀ ସେନାପତିଙ୍କୁ ଧରି ଜୋନର ବିଭିନ୍ନ ପଞ୍ଚାୟତର ବିଭିନ୍ନ ଗାଁମାନଙ୍କରେ ଘରଘର ବୁଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶର ବାର୍ତ୍ତା, କରୋନା ସମୟରେ ଅଭାବୀଙ୍କୁ ଚାଉଳ ପ୍ରଦାନ, ପ୍ରଧାନମନ୍ତ୍ରୀ କିସାନ ଯୋଜନାରେ କୃଷକଙ୍କୁ ସହାୟତା, ଦେଶକୁ ସଶକ୍ତ କରିବା ,ସ୍ୱାସ୍ଥ୍ୟସେବା ,ମାଗଣାରେ କୋଭିଡ ଟୀକା ପ୍ରଦାନ କରିବା ଆଦି ଯୋଜନା ସଂପର୍କରେ ଲୋକମାନଙ୍କୁ ଭେଟି ବୁଝାଇ ଦଳୀୟ ପ୍ରାର୍ଥୀଙ୍କୁ ପଦ୍ମ ଚିହ୍ନରେ ଭୋଟ ଦେବା ପାଇଁ କହିଥିଲେ। ଫଳରେ ଏହି ଜୋନରେ ବିଜେପି ଅଧିକ ଶକ୍ତି ସଂଗ୍ରହ କରିବାରେ ଲାଗିଛି। ତେଣୁ ମୁକାବିଲା ଜୋରଦାର ହେବ। ଦଳୀୟ ସମର୍ଥକଙ୍କୁ ଧରି ଶ୍ରୀ ରାୟ ମାରାଥନ ପ୍ରଚାର ଆରମ୍ଭ କରିଦେଇଛନ୍ତି। ପ୍ରକାଶଯୋଗ୍ୟ ଏହି ଜୋନରେ ରଞ୍ଜନ ସେନାପତିଙ୍କ ସହିତ ୫ଜଣ ପ୍ରତିଦ୍ୱନ୍ଦିତା କରୁଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories