www.samajalive.in
Sunday, December 7, 2025
16.1 C
Bhubaneswar

ଝରିଗାଁ ନିର୍ବାଚନ ମଣ୍ଡଳି ବିଜେଡି ପାଇଁ ପାଲଟିଛି ସମ୍ମାନର ପ୍ରଶ୍ନ

ନବରଙ୍ଗପୁର:ନବରଙ୍ଗପୁର ଜିଲାର ଝରିଗାଁ ବିଧାନସଭା ନିର୍ବାଚନ ମଣ୍ଡଳି ପ୍ରତି ସମସ୍ତଙ୍କର ନଜର ରହିଛି। ଏଠାରୁ ଦୁଇଭାଇ ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ପ୍ରତିନିଧିତ୍ୱ କରୁଛନ୍ତି। ଦୁଇଭାଇଙ୍କର ଘର ଚନ୍ଦାହାଣ୍ଡିବ୍ଳକରେ। ଏହାଛଡା କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କର ଘର ମଧ୍ୟ ଝରିଗାଁରେ ହୋଇଥିବାବେଳେ ବିଜେଡିରେ ଏହି ତିନି ହେଭିୱେଟ୍‍ ନେତାଙ୍କର ସମ୍ମାନର ପ୍ରଶ୍ନ ହୋଇଛି। ରମେଶ ମାଝୀ ଜିଲା ବିଜେଡି ସଭାପତି ରହିଥିବାବେଳେ ପ୍ରଦୀପ ମାଝୀ ରାଜ୍ୟ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ରହିଛନ୍ତି। ତେବେ ଏହି ନିର୍ବାଚନ ମଣ୍ଡଳିରେ ଆସନ୍ତା ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେଉଥିବାରୁ ଆସନ୍ତାକାଲି ୧୪ ତାରିଖରେ ନିର୍ବାଚନ ପ୍ରଚାର ଶେଷହେବ। ଏହି ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଝରିଗାଁ ବ୍ଲକର ୩ଟି ଜିଲା ପରିଷଦ ଓ ଚନ୍ଦାହାଣ୍ଡିବ୍ଳକର ୨ଟି ଜିଲା ପରିଷଦ ଜୋନରେ ନିର୍ବାଚନ ହେବ। ଝରିଗାଁ ବ୍ଲକ ଜୋନ-୧ରେ ବିଜେପିପ୍ରାର୍ଥୀ ଉର୍ମିଳା ଗଣ୍ଡ ବିଜେଡିରୁ ଯମୁନା ଗଣ୍ଡ, ଓ କଂଗ୍ରେସ ହାରାବତୀ ଗଣ୍ଡ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଝରିଗାଁ ଜୋନ- ୨ରେ ବିଜେପି ପ୍ରାର୍ଥୀ ନରସିଂହ ଭତରା, କଂଗେସରୁ ଭାଗୀରଥୀ ନାୟକ ଓ ବିଜେଡିରୁ ଶ୍ୟାମ ସୁନ୍ଦର ନାୟକ ପ୍ରାଥୀ ହୋଇଛନ୍ତି। ଝରିଗାଁ ଜୋନ- ୩ରେ ବିଜେଡିରୁ ତ୍ରମିଳା ପୂଜାରୀ, କଂଗ୍ରେସରୁ ସତ୍ୟଭାମା ଭତରା ଓ ବିଜେପିରୁ ସୁଜିତା ଭତରା ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ସେହିପରି ଚନ୍ଦାହାଣ୍ଡି ଜୋନ- ୧ରେ କଂଗ୍ରେସରୁ ପୁଷ୍ପାଞଳୀ ଖରସେଲ, ବିଜେଡିରୁ ବର୍ଷାରାଣୀ ପଟେଲ ଓ ବିଜେପିରୁ ହେମଲତା ବାଘ ପ୍ରତିଦ୍ୱନ୍ଦ୍ବିତା କରୁଛନ୍ତି। ଚନ୍ଦାହାଣ୍ଡିି ଜୋନ- ୨ରେ ବିଜେଡିର କେତକୀମଲ୍ଲୀ ଗୌଡ, ବିଜେପିରୁ ଗଜମତି ବାଘ ଓ କଂଗ୍ରେସରେ ମମତା ବେସ୍ରା ନିର୍ବାଚନ ଲଢୁଛନ୍ତି।

 

- Advertisement -

ତେବେ ଏହି ୫ଟି ଆସନ ନେଇ ଏବେ ପ୍ରଚାରଜୋରଦାର ଚାଲିଥିବାବେଳେ ଦଳର ପ୍ରାର୍ଥୀ ସମେତ ନେତାମାନେ ଆପ୍ରାଣ ଉଦ୍ୟମ ପ୍ରଚାର ଚଳାଇଛନ୍ତି। ଆସନ୍ତାକାଲି ସୋମବାର ସନ୍ଧ୍ୟାରେ ପ୍ରଚାର ଶେଷ ହେଉଥିବାରୁ ବିଜେଡି, ବିଜେପି ଓ କଂଗ୍ରେସ ନେତାଙ୍କରପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ସମୟ ହୋଇପଡିଛି। ଏହାଛଡା ରାଜ୍ୟ ବିଜେପି ଉପସଭାପତି ତଥା ପୂର୍ବତନ ସାଂସଦ ଇଂ.ବଳଭଦ୍ର ମାଝୀ ଓ ପୁର୍ବତନ ଜିଲା ବିଜେପି ସଭାପତି ଗୋବିନ୍ଦ ଜୈନଙ୍କର ଘର ମଧ୍ୟ ଚନ୍ଦାହାଣ୍ଡିବ୍ଳକରେ ହୋଇଥିବାବେଳେ ଏହି ନିର୍ବାଚନ ମଣ୍ଡଳିରେ ବିଜେଡି ଓ ବିଜେପି ମଧ୍ୟରେ ଖେଳ ଜୋରଦାର ହେଉଥିବା ଚର୍ଚ୍ଚା ହେଉଛି। ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁପ୍ରକାର ଉଦ୍ୟମ କରାଯାଉଥିବା ଜଣାପଡିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories