୬ ହଜାର ୮ଶହ ଲିଟର ପୋଚ ନଷ୍ଟ ,୫୭୦ଲିଟର ଦେଶୀ ମଦ ଜବତ
ବେଗୁନିଆ: ବେଗୁନିଆ ଥାନା ଅନ୍ତର୍ଗତ ଏକଡାଳିଆ ଏବଂ କୁଳାସର ଜଙ୍ଗଲରେ ଦେଶୀ ମଦ ରନ୍ଧା ହେଉଥିବାର ଖବର ପାଇ ଅବକାରୀ ବିଭାଗ ବେଗୁନିଆ ପୁଲିସ ସହାୟତାରେ ଆଜି ଚଢ଼ାଉ କରିଥିଲେ। ସେଠାରେ ୬ ହଜାର ୮ଶହ ଲିଟର ପୋଚ ନଷ୍ଟ କରିଥିବାବେଳେ ୫୭୦ ଲିଟର ଦେଶୀ ମଦ ଜବତ କରିଛି। ମଦ ପ୍ରସ୍ତୁତ ପାଇଁ ବ୍ୟବହୃତ ବିଭିନ୍ନ ସରଞ୍ଜାମ ଜବତ କରିଥିବାବେଳେ ମଦ ପ୍ରସ୍ତୁତ କରୁଥିବା ମାଫିଆ ମାନେ ଆଗୁଆ ଖବର ପାଇ ଘଟଣାସ୍ଥଳରୁ ଖସି ପଳାଇ ଯାଇଛନ୍ତି। ଖୋର୍ଦ୍ଧା ଅବକାରୀ ବିଭାଗ ଯେଉଁଠାରେ ଚଢ଼ାଉ କରୁଛି ସେଠାରୁ ମଦ ମାଫିଆ ମାନେ କିପରି ଏବଂ କେଉଁଠାରୁ ଖବର ପାଇ ଘଟଣାସ୍ଥଳରୁ ଠିକ ସମୟରେ ଖସି ପଳାଇବାରେ ସକ୍ଷମ ହେଉଛନ୍ତି ତାହା ତଦନ୍ତ ସାପେକ୍ଷ ।
ଆଜି ପର୍ଯ୍ୟନ୍ତ ମଦ ରନ୍ଧା ହେଉଥିବା ସ୍ଥାନ ଗୁଡିକରେ ଅବକାରୀ ବିଭାଗ ଚଢ଼ାଉ କରି କେବଳ ପୋଚ ନଷ୍ଟ କରୁଥିବାବେଳେ ଘଟଣାସ୍ଥଳରୁ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇନଥିବାର ଜଣାପଡିଛି।
Comments are closed.