ବଢିବ ରାତି ତାପମାତ୍ର, କମିବ ଶୀତ
ଭୁବନେଶ୍ୱର : ରାଜ୍ୟରେ ଶୀତ ପ୍ରକୋପ ସାମନ୍ୟ ହ୍ରାସ ପାଇଛି । ତେବେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇବା ସହ ଧୀରେ ଧୀରେ ଶୀତ କମିବ ବୋଲି ଆକଳନ କରାଯାଇଛି । ଆଜି ସର୍ବାଧିକ ଦିନ ତାପମାତ୍ରା ଗୋପାଳପୁରଠାରେ ୩୦.୨ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ଼ କରାଯାଇଥିବାବେଳେ ଫୁଲବାଣୀଠାରେ ସର୍ବନିମ୍ନ ରାତି ତାପମାତ୍ରା ୮ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ଼ କରାଯାଇଛି ।
ଶନିବାର ସକାଳେ କନ୍ଧମାଳ, ମାଲକାନଗିରି, ଜଗତ୍ସିଂହପୁର, ଗଞ୍ଜାମ, ପୁରୀ, କଳାହାଣ୍ଡି ଓ କୋରାପୁଟର କେତେକ ସ୍ଥାନରେ କୁହୁଡ଼ି ପରିଲକ୍ଷିତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ ଏବଂ ଗଜପତି ଜିଲ୍ଲାର କେତେକ ସ୍ଥାନରେ କୁହୁଡ଼ି ପରିଲକ୍ଷିତ ହେବା ନେଇ ସୂଚନା ମିଳିଛି ।
Comments are closed.