ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା, ୨ହଜାର ପୃଷ୍ଠା ସମ୍ବଳିତ ଫାଇନାଲ ଚାର୍ଜସିଟ ଦାଖଲ ପୁଲିସ

ବଲାଙ୍ଗିର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା। କୋର୍ଟରେ ଫାଇନାଲ ଚାର୍ଜସିଟ ଦାଖଲ କରିଛି ସିନ୍ଧେକେଲା ପୁଲିସ। ଫାଇନାଲ ଚାର୍ଜସିଟ ଦାଖଲ ନେଇ ବଲାଙ୍ଗିର ପୁଲିସ ପକ୍ଷରୁ ସୂଚନା ଦେଇଛି। ବଲାଙ୍ଗିର ପୁଲିସ କହିଛି ଯେ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ପାଖାପାଖି ୨ହଜାର ପୃଷ୍ଠା ସମ୍ବଳିତ ଫାଇନାଲ ଚାର୍ଜସିଟ ଦାଖଲ କରାଯାଇଛି। ୧୩ଜଣଙ୍କ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି ଏବଂ ପ୍ରାୟ ୧୦୦ଜଣଙ୍କ ୧୬୧ ଧାରାରେ ହୋଇଛି ବୟାନ ରେକର୍ଡ ହୋଇଛି।

prayash

ଏଠାରେ ସୂଚନା ଯୋଗ୍ୟ ଯେ ମମିତା ମେହେର ହତ୍ୟା ମାମଲାରେ ଗତକାଲି ପୁଲିସ ପକ୍ଷରୁ ଚାର୍ଜସିଟ ଦାଖଲ କରାଯାଇଥିଲା। ବଙ୍ଗୋମୁଣ୍ଡା ଜେଏମ୍‌ଏଫସି କୋର୍ଟରେ ବଲାଙ୍ଗିର ପୁଲିସ ଚାର୍ଜସିଟ ଦାଖଲ କରିଥିଲା। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ଡ୍ରାଇଭର ରାଧେଙ୍କ ନାମରେ ଚାର୍ଜସିଟ ଦାଖଲ ହୋଇଛି। ଆସନ୍ତା ୧୫ ତାରିଖରେ ଗୋବିନ୍ଦ ସାହୁ କୋର୍ଟ ଚାଲାଣକୁ ୧୨୦ଦିନ ପୂରିଥାନ୍ତା। କୋର୍ଟ ଚାଲାଣର ୧୨୦ଦିନ ପୂର୍ବରୁ ବଲାଙ୍ଗିର ପୁଲିସ ଚାର୍ଜସିଟ ଦାଖଲ କରିଛି।
କଳାହାଣ୍ଡି ଜିଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସନ୍‌ସାଇନ କଲେଜର ଶିକ୍ଷୟିତ୍ରୀ ମମିତାଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗୋବିନ୍ଦ ସାହୁ ଏବଂ ରାଧେଶ୍ୟାମ ଚଣ୍ଡିଙ୍କୁ ପୁଲିସ ପୂର୍ବରୁ ଗିରଫ କରିଛି। ଉଭୟ ଅଭିଯୁକ୍ତ ବର୍ତ୍ତମାନ କଣ୍ଟାବାଞ୍ଜି ଉପକାରାଗାରରେ ରହିଛନ୍ତି।

kalyan agarbati

Comments are closed.