ହରଭଙ୍ଗା ପିତାମ୍ବରପୁର ପଞ୍ଚାୟତରେ ଦ୍ବିମୁଖୀ ଲଢ଼େଇ
ହରଭଙ୍ଗା: ଆଉ ଦିନକେଇଟା ପରେ ହେବ ପଞ୍ଚାୟତ ନିର୍ବାଚନ । ସବୁଠି ପ୍ରାର୍ଥୀ ଏବଂ ପ୍ରାର୍ଥୀତ୍ୱକୁ ନେଇ ଚାଲିଛି ଭୋଟରଙ୍କ ମଧ୍ୟରେ ଅଙ୍କକଷା। ଏହା ଭିତରେ ୨୦୧୭ରେ ପୁରୁଣାକଟକ ପଞ୍ଚାୟତରୁ ଅଲଗା ହୋଇ ପିତାମ୍ବରପୁର ପଞ୍ଚାୟତ ଗଠନ ହେଲା। ନୂଆ ପଞ୍ଚାୟତ ଗଠନ ପରେ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନ ପାଇଁ ଜମି ନିର୍ଦ୍ଧାରଣ ପାଇଁ ଅନେକ ଟଣାଓଟରା ହୋଇଥିଲା ଏବଂ ଶେଷରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ହୋଇଥିଲା। ନୂଆ ପଞ୍ଚାୟତ ଗଠନପରେ ଅନେକ ଗାଁ ଲୋକଙ୍କୁ ଭତ୍ତା, ଚାଉଳ ମିଳିବାରେ ଏହା ସହାୟକ ହେଲା।
ବିଗତ ପାଞ୍ଚ ବର୍ଷ ମଧ୍ୟରେ ପଞ୍ଚାୟତରେ ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା, ଭଳି ମୌଳିକ ସମସ୍ୟା ରହିଛି। ମାତ୍ର ୫ବର୍ଷ ମଧ୍ୟରେ ନୂଆ ପଞ୍ଚାୟତ ଗଠନ ପରେ ଲୋକେ ବହୁତ୍ ଖୁସିଥିବା ଜଣାପଡିଛି। ୧୦ଟି ରାଜସ୍ୱ ଗ୍ରାମର ୧୨ଟି ଓାର୍ଡକୁ ନେଇ ପିତାମ୍ବରପୁର ପଞ୍ଚାୟତ ଗଠିତ। ଏହି ପଞ୍ଚାୟତରେ ୯ଶହ ପରିବାରରେ ୩ହଜାର୬୧୭ ଲୋକସଂଖ୍ୟା ରହିଛି। ସେଥିରୁ ଅନୁସୂଚିତଜାତି ବର୍ଗର-୭୭୦, ଅନୁସୂଚିତଜନଜାତି ବର୍ଗର-୧୭୫ ଏବଂ ଅନ୍ୟାନ୍ୟ ବର୍ଗର ୨୬୭୨ ରହିଛି।ଏହି ପଞ୍ଚାୟତରେ ଭୋଟର ସଂଖ୍ୟା-୨୯୪୨ ରହିଛି। ଏଥର ସରପଞ୍ଚ ଆସନ ଅସଂରକ୍ଷିତ ରହିଛି। ଏହି ଆସନ ପାଇଁ ଅଜିତ କୁମାର ବାରିକ ଏବଂ ପଞ୍ଚାନନ ହୋତା ଭଳି ଦୁଇ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ମୁଦା ନେଇ ଦୁଇ ପ୍ରାର୍ଥୀ ଭୋଟରଙ୍କ ନିକଟକୁ ଯାଉଥିବାବେଳେ ଭୋଟର କାହାକୁ କିଭଳି ଗ୍ରହଣ କରୁଛନ୍ତି ତାକୁ ନେଇ ଅଙ୍କକଷା ଚାଲିଛି।
Comments are closed.