କଳାହାଣ୍ଡିରେ ପୁଣି ମାଓ ପୋଷ୍ଟର, ନିର୍ବାଚନ ବର୍ଜନ କରିବାକୁ ଆହ୍ବାନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଭବାନୀପୁର ଓ ଲକ୍ଷ୍ମୀପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲଗାଯିବା ଓ ମାଓବାଦୀମାନେ ପଞ୍ଚାୟତ ନିର୍ବାଚନକୁ ଜନସାଧାରଣଙ୍କୁ ବର୍ଜନ କରିବା ପାଇଁ ଆହ୍ୱାନ ଦେବା ଘଟଣା ଜିଲାରେ ଆଲୋଚନାର ବିଷୟ ହୋଇଛି। ଓଡିଶା ରାଜ୍ୟ କମିଟି ସିପିଆଇ ମାଓବାଦୀ ପକ୍ଷରୁ ଏହି ପୋଷ୍ଟର ମରା ଯାଇଥିବା ଜଣାପଡିଛି। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବାକୁ ମାଓବାଦୀମାନେ ଜନତାଙ୍କୁ ଆହ୍ବାନ କରିଥିବା ଜଣାପଡିଛି। ଗାଁ ଗାଁରେ ବିପ୍ଲବୀ ଲୋକ ସରକାର ଗଢିବା ସହ ବିଭିନ୍ନ ଦାବି ନେଇ ମାଓବାଦୀମାନେ ପୋଷ୍ଟର ମାରିଥିବା ଜଣାପଡିଛି।
ପ୍ରକାଶ ଯେ ଗତ ୫ ତାରିଖ ଦିନ ବି କଳାହାଣ୍ଡି ଜିଲାର ମଦନପୁର ରାମପୁର ଥାନା ଅନ୍ତର୍ଗତ ମୋହନଗିରୀ ଅଞ୍ଚଳରେ ମାଓବାଦୀ ମାନେ ପୋଷ୍ଟର ମାରି ଭୋଟ ବର୍ଜନ କରିବାକୁ ଆହ୍ବାନ ଦେଇଥିଲେ। ସେହି ଖବର ସଂଗ୍ରହ କରିବାକୁ ଯାଇ ସାମ୍ବାଦିକ ରୋହିତ ବିଶ୍ୱାଳ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ମୃତ୍ୟୁବରଣ କରିଥିଲେ। ସେହିପରି ଫୁଲବାଣୀ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅଧିନରେ ଫିରିଙ୍ଗିଆ ବ୍ଲକର ସାଡିଙ୍ଗିଆ ପଞ୍ଚାୟତର କିଆମୁଣ୍ଡା ଗ୍ରାମ ନିକଟରେ ରାସ୍ତା ନିର୍ମାଣକୁ ବିରୋଧ କରି ମାଓବାଦୀମାନେ ଗତ ୮ ତାରିଖ ଦିନ ରାତିରେ ସମ୍ପୃକ୍ତ ଠିକା ସଂସ୍ଥାର ଜେସିପି ଓ ପୋକଲିନ ପୋଡି ଦେଇଥିଲେ। ସେଠାରେ ମଧ୍ୟ ମାଓବାଦୀମାନେ ମାରିଥିବା ମାଓପୋଷ୍ଟରକୁ ଗତ ୯ ତାରିଖ ଦିନ ଜଣେ ଗାଈ ଚରାଳି ଯୁବକ ମାଓପୋଷ୍ଟର ଦେଖୁଥିବା ସମୟରେ ମାଓ ପୋଷ୍ଟର ନିକଟରେ ପୋଲିସକୁ ଲକ୍ଷ କରି ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡ ମାଇନ ବିସ୍ପୋରଣରେ ସମ୍ପୃକ୍ତ ଗାଈ ଚରାଳିଙ୍କ ମୃତ୍ୟୁ ହୋଇଥିଲା।

prayash

ପୁଲିସ ମହାନିର୍ଦେଶକ ମାଓବାଦୀ ଉପରେ ସମୀକ୍ଷା କରିଯିବାର ୨୪ ଘଣ୍ଟା ନପୁରୁଣୁ କଳାହାଣ୍ଡି ଜିଲା ସଦରମହକୁମା ଭବାନୀପାଟଣା ସହର ଠାରୁ ମାତ୍ର ୫ ରୁ ୭ କିଲୋମିଟର ଦୂରରେ ଭବାନୀପୁର ଓ ଲକ୍ଷ୍ମୀପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଗତ ୧୨ ତାରିଖ ରାତିରେ ଓଡିଶା ରାଜ୍ୟ କମିଟି ସିପିଆଇଏମ(ମାଓବାଦୀ)ମାନଙ୍କ ଦ୍ୱାରା ମାଓ ପୋଷ୍ଟର ମରାଯାଇଥିବା ଯାଇଥିବା ଦେଖିବାକୁ ମିଳିଛି। ଯାହା ସ୍ଥାନୀୟ ଅଞ୍ଚଳରେ ଭୟ ର ବାତାବରଣ ଦେଖା ଦେଇଛି।
ତେବେ ଏ ସଂମ୍ପର୍କ ରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ପଚାରିବାରୁ ପୋଷ୍ଟର ଲାଗିଛି ତେଣୁ ସୁରକ୍ଷା ଦୃଷ୍ଟିରୁ ଗଣମାଧ୍ୟମ ପ୍ରତିନିଧି ଓ ସ୍ଥାନୀୟ ଲୋକଙ୍କୁ ପୋଷ୍ଟର ଲାଗିଥିବା ଅଞ୍ଚଳକୁ ଯିବା ପାଇଁ ବାରଣ କରାଯାଇଛି। ବୋମା ନିଷ୍କ୍ରିୟ ଦଳ ଓ ପୁଲିସ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବା ସହିତ ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ତାକୁ କଡାକଡି କରାଯାଇଥିବା ଜଣାଯାଏ। ଏହି ଘଟଣା କୁ ନେଇ ଜିଲାର ଲାଞିଗଡ, ଥୁଆମୂଲରାମପୁର, ନର୍ଲା, ମଦନପର ରାମପୁର ଗୋଲାମୁଣ୍ଡା, କଲମପୁର, ଭବାନୀପାଟଣା ଆଦି ବ୍ଳକର ମାଓପ୍ରବଣ ଅଞ୍ଚଳରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀ, ସେମାନଙ୍କ ସମର୍ଥକ ଓ ଜନସାଧାରଣ ମହଲରେ ଭୟର ବାତାବରଣ ଦେଖା ଦେଇଛି । କଳାହାଣ୍ଡି ପୋଲିସ ତରଫରୁ ମଧ୍ୟ ନିର୍ବାଚନକୁ ଆଖିଆଗରେ ରଖି ସାରା ଜିଲାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡା କଡି କରିବା ସହିତ କୁମ୍ବଂ ଅପ୍ରସନକୁ ମଧ୍ୟ ଯୋରଦାର କରାଯାଇଥିବା ସୂଚନା ମିଳିଛି।

kalyan agarbati

Comments are closed.