ରେଙ୍ଗାଲି: ଠେଲକୋଇ ଥାନା ରୁ ପ୍ରାୟ ଏକ କିଲୋମିଟର ଦୂରତାରେ ଥିବା ସଞ୍ଜିବନୀ ମେଡିସିନ୍ ଷ୍ଟୋରରୁ ଗତରାତିରେ ଦୋକାନର ସଟର୍ ଭାଙ୍ଗି ୧୦ ହଜାର ୨ଶହ ୭୦ ଟଙ୍କା ଚୋରୀ ହୋଇଥିବା ନେଇ ଦୋକାନ ମାଳିକ ଅଶୋକ କୁମାର ମାଝି ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି। ଏସଂକ୍ରାନ୍ତରେ ଥାନାରେ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଥିବା ପୁଲିସ ସୁତ୍ରରୁ ପ୍ରକାଶ। ଥାନା ପାଖରେ ଥିବା ଦୋକାନରୁ ଚୋରୀ ହେବା ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।
Popular Categories



