www.samajalive.in
Sunday, December 14, 2025
23.1 C
Bhubaneswar

ଲଇଡାରେ କଂଗ୍ରେସ ତୁଙ୍ଗନେତାଙ୍କ ନିର୍ବାଚନ ପ୍ରଚାର

ରେଙ୍ଗାଲି; ରେଙ୍ଗାଲି ବ୍ଲକ ଜିଲ୍ଲା ପରିଷଦ ଜୋନ୍‍(୨) ଆସନରେ କଂଗ୍ରେସ ଦଳରୁ ପ୍ରତିଦ୍ବନ୍ଦିତା କରୁଥିବା ସରୋଜ ପୂଜାରୀଙ୍କ ପାଇଁ ଶୁକ୍ରବାର ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ଏଆଇସିସି ସାଧାରଣ ସମ୍ପାଦକ ତଥା ରେଢାଖୋଲ ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହୋଇଥିବା ଆସଫ୍‍ ଅଲ୍ଲି ଖାଁ, ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗଡ଼଼ିର୍ଆ, ଜିଲ୍ଲା କଂଗ୍ରେସ କମିଟୀର ସମ୍ପାଦକ ସୁବାଷ ବିଶ୍ୱାଲ ଲଇଡାରେ ନିର୍ବାଚନ ପ୍ରଚାର କରିଥିଲେ। ଏହି ନେତାମାନେ ପ୍ରାର୍ଥୀ ସରୋଜ ପୂଜାରୀ, ବରିଷ୍ଠ କଂଗ୍ରେସ ନେତା ଗଣେଶରାମ କରାଲି, ସନ୍ତୋଷ ଭୋଇ, ପୂର୍ବତନ ସମିତି ସଭ୍ୟ ଭବାନୀ ଶଙ୍କର ଭୋଇସିପିଆଇ ନେତା ସର୍ବଦ୍ନ୍‍ ସରାଫ, ଲିପନ ପୂଜାରୀ, ଶୁଭମ୍‍ ସା ପ୍ରମୁଖଙ୍କ ସହ ସଳିୟ କର୍ମୀ ଏବଂ ସମର୍ଥକମାନଙ୍କ ଗହଣରେ ଲଇଡା ସମଲେଶ୍ୱରୀ ମନ୍ଦିରରୁ ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରି ବସଷ୍ଟାଣ୍ଡରେ ପହଞ୍ଚିଥିଲେ। ବସଷ୍ଟାଣ୍ଡରେ ଏକ ସଭାରେ କଂଗ୍ରେସ ନେତାମାନେ ସମବେତ ସମର୍ଥକମାନଙ୍କୁ ଉଦବୋଧନ ଦେଇଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories