ବୌଦ୍ଧ: ବୌଦ୍ଧ ବ୍ଲକ ସ୍ତରୀୟ ସିଆରସିସିମାନଙ୍କର ଫେବୃଆରୀ ମାସର ପ୍ରଥମ ଶିକ୍ଷା ସମୀକ୍ଷା ବୈଠକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଦିବା 3ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଫେବୃଆରୀ ୧୮ ତାରିଖରେ ବୌଦ୍ଧ ବ୍ଲକରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଥିବାରୁ ଯେଉଁ ସ୍କୁଲଗୁଡିକରେ ପୁଲିଙ୍ଗ ବୁଥ ହୋଇଛି, ଫେବୃଆରୀ ୧୬ ତାରିଖରେ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକମାନେ ପୁଲିଙ୍ଗ ପାର୍ଟିକୁ ସ୍କୁଲ ଚାବି ଅର୍ପଣ କରିବା ଏବଂ ଆବଶ୍ୟକ ଆସବାବପତ୍ର ଯୋଗାଇ ଦେବାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଘିବେଲା ସିଆରସିସିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହା ସହିତ ଯେଉଁ ସ୍କୁଲଗୁଡିକର ଜମି ପଟ୍ଟା ପାଇଁ ଆବଶ୍ୟକ ନଥିପତ୍ର ଦିଆଯାଇ ନାହିଁ ଅର୍ଥାତ ଅନ୍ୟ ଲୋକମାନଙ୍କ ଲୋକଙ୍କ ନାମରେ ଅଛି ତାହା କେମିତି ଗିଫ୍ଟ ଡିଡ କରାଯାଇପାରିବ, ବିଦ୍ୟାଳୟଗୁଡିକର ବକେୟା ୟୁସି ପ୍ରଦାନ, ଫେବୃଆରୀ ୨୮ ସୁଦ୍ଧା ସମସ୍ତ ସ୍କୁଲର ମଧ୍ୟାହ୍ନଭୋଜନ ଜମାଖାତା ଖାଲି କରାଯିବ, ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର, ୧୫ରୁ ୧୮ ବର୍ଷ ପିଲାଙ୍କୁ କୋଭିଡ ଟୀକାକରଣ, ବିଦ୍ୟାଳୟ ପାଣ୍ଠିରୁ ଇଲେକଟ୍ରିକ ବିଲ ପୈଠ ଆଦି ବିଷୟରେ ଆଲୋଚନା କରିଥିଲେ। ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା ପିଲାମାନଙ୍କ ଆଧାର ଉପରେ ଆଲୋଚନା କରିଥିବା ବେଳେ ଅଖିଳ କୁମାର ପ୍ରଧାନ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବିବରଣୀ ଦେବାକୁ ସୂଚନା ଦେଇଥିଲେ। ଆର୍ଥିକ ହିସାବ ରକ୍ଷକ ଵାପିନା ମହାରଣା ଆର୍ଥିକ ସମ୍ୱନ୍ଧୀୟ ଓ ସିଆରସିସି ରାଜକୁମାର ପ୍ରଧାନ ମୋ ସ୍କୁଲ ଅଭିଯାନ କାର୍ଯ୍ୟର ଅଗ୍ରଗତି ଓ ୟୁସି ପ୍ରଦାନ ସମ୍ପର୍କିତ ସୂଚନା ଦେଇଥିଲେ। ସିଆରସିସି ସନ୍ତୋଷ କୁମାର କର୍ଣ୍ଣ, ସଞ୍ଜୟ କୁମାର ଦେହୁରୀ, ଅରବିନ୍ଦ ମହାଳିକ, କାହ୍ନୁଚରଣ ସେଠୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ସନତ କୁମାର ବାରିକ ଧନ୍ୟବାଦ ଦେଇଥିଲେ। ବ୍ଲକର ସମସ୍ତ ସିଆରସିସି ଉପସ୍ଥିତ ଥିଲେ।



