www.samajalive.in
Monday, December 15, 2025
15.1 C
Bhubaneswar

ପ୍ଲାଷ୍ଟିକମୁକ୍ତ ସମାଜ ଗଠନରେ ବ୍ରତୀ ଯୁବ ପରିବେଶପ୍ରେମୀ ରୋହନ ଅଗ୍ରୱାଲଙ୍କୁ ଲାୟଂସ୍ କ୍ଳବ୍ ଦ୍ଵାରା ସ୍ଵାଗତ

ରେଙ୍ଗାଲିକେମ୍ପ: ମଣିଷ ପାଇଁ ଆଜି ସବୁଠାରୁ ବଡ଼ ବିପଦ ସାଜିଛି ସେ ନିଜେ। ଉଚ୍ଚ ବିଚାର ଶକ୍ତି ସମ୍ପନ୍ନ ହୋଇ ଜୀବ ଜଗତର ଶ୍ରେଷ୍ଠ ସ୍ଥାନ ଅଧିକାର କଲାପରେ ମଣିଷ ଭୁଲିଗଲା ଯେ ସେ ପରିବେଶ ସାପେକ୍ଷ। ଆଜି ମଣିଷ ନିଜ ଗୋଡ଼ରେ ନିଜେ କୁରାଢି ମାରିଛି। ଜଳ,ବାୟୁ ମୃତ୍ତିକା ଆଦି ପ୍ରକୃତିଦତ୍ତ ସମସ୍ତ ପଦାର୍ଥ ଦୂଷିତ ହୋଇ ବିଷ ପlଲଟିଯାଉଛି। ବିଶେଷ କରି ପ୍ଲାଷ୍ଟିକ ଆବର୍ଜନା ଜନିତ ସମସ୍ୟା ପରିବେଶକୁ ବିକୃତ କରିଦେଇଛି। ତେଣୁ ପ୍ଲାଷ୍ଟିକର ବହୁଳ ବ୍ୟବହାରକୁ ବନ୍ଦ କରିବା ସହ ଏଥିପ୍ରତି ସମସ୍ତେ ଯତ୍ନବାନ ହେବl ଉଚିତ୍। ଏବେଠାରୁ ସମସ୍ତେ ସଚେତନ ହେଲେ ନିଶ୍ଚିତ ଭାବରେ ଏହି ସମସ୍ୟା ସମାଧାନ ହୋଇପାରିବ। ଏହି ବିଚାରଧାରା ଶିକ୍ଷା ଗ୍ରହଣ ସମୟରେ ନିଜର ଗୁରୁକୂଳରୁ ହିଁ ରୋହନଙ୍କ ମନରେ ବସା ବାନ୍ଧି ନେଇଥିଲା। ତାଙ୍କୁ ମାତ୍ର ୨୦ବର୍ଷ।

ଟିକି ବୟସରୁ ସେ ଦୃଢ ସଂକଳ୍ପ ନେଇଛନ୍ତି ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବେ। ଏଥିପାଇଁ ରୋହନ ଅଗ୍ରୱାଲ ନିଜଘର ମହାରାଷ୍ଟ୍ର ନାଗପୁରରୁ ମାତ୍ର ୨୫୦୦ ଟଙ୍କା ନେଇ ବାହାରି ପଦଯାତ୍ରା କରୁଛନ୍ତି। ୨୫ ଅଗଷ୍ଟ ୨୦୨୦ ମସିହାରୁ ଆରମ୍ଭ କରି ଆଜିକୁ ୫୫୦ ଦିନ ହେଲା ସେ ଏହି ବାର୍ତ୍ତା ବାଣ୍ଟି ଚାଲିଛନ୍ତି। ଏହି ଦିନ ଭିତରେ ସେ ୧୦ ହଜାର କିଲୋମିଟର ଚାଲିଛନ୍ତି ଏବଂ ୪୦ ହଜାର କିଲୋମିଟର ବିଭିନ୍ନ ଯାନ ବାହନରେ ଲିଫ୍ଟରେ ଆସିଛନ୍ତି। ଏହା ପୂର୍ବରୁ ଭାରତର ୨୫ଟି ରାଜ୍ୟ ବୁଲି ଆଜି ସେ ପହଞ୍ଚିଥିଲେ ବରଗଡ଼ ଜିଲ୍ଲା ଅତାବିରାରେ। ଏହି ଖବର ପାଇ ଅତାବିରା ଲାୟନ କ୍ଳବର ସଭାପତି ଧିରେନ୍ଦ୍ର ରଥ ଓ କର୍ମକର୍ତ୍ତାମାନେ ତାଙ୍କୁ ଫୁଲତୋଡା ଦେଇ ଭବ୍ୟ ସ୍ଵାଗତ କରିଥିଲେ।

- Advertisement -

ଏହି ଅବସରରେ ରୋହନକୁ ତାଙ୍କର ଲକ୍ଷ୍ୟ ଉପରେ ଅନେକ ପ୍ରଶ୍ନ ପଚରାଯାଇଥିଲା। ଉତ୍ତରରେ ସେ କହିଥିଲେ, ଭାରତ ସମେତ ସମସ୍ତ ଦେଶ ଆଜି ପରିବେଶ ସମସ୍ୟାକୁ ନେଇ ଚିନ୍ତିତ ରହିଛନ୍ତି। କାର୍ଯ୍ୟ ମଧ୍ୟ କରୁଛନ୍ତି ପରିବେଶ ପାଇଁ, ହେଲେ ପ୍ଲାଷ୍ଟିକ ଏମିତି ଭୟାନକ ପରିସ୍ଥିତି ସୃଷ୍ଟି କରୁଛି ଯାହାର ପରିଣାମ ଭୟାବହ ଅଟେ। ତେଣୁ ମୁଁ ଏବେ ଭାରତକୁ ପଲିଥିନ ମୁକ୍ତ କରିବାକୁ ଏକ ସପନ ଦେଖିଛି। କେହି ଏକା କରିପାରିବ ନାହିଁ, କିନ୍ତୁ ସମସ୍ତେ ଏହାକୁ ହୃଦୟଙ୍ଗମ କରି ସମସ୍ତେ ପଲିଥିନର ବ୍ୟବହାରକୁ କମାଇ ଦେବା ଉଚିତ୍। ପଲିଥିନ ତ୍ୟାଗ କରି ତାର ବିକଳ୍ପ ଚିନ୍ତା କରିବା ଆବଶ୍ୟକ ରହିଛି। ଏହି ବାର୍ତ୍ତାକୁ ସମସ୍ତଙ୍କ ପାଖରେ ପହଞ୍ଚାଇ ବା ପାଇଁ ଏହି ଅଭିଯାନଟି ଆରମ୍ଭ କରିଛନ୍ତି ବୋଲି ସେ କହିଥିଲେ। ଆଉ ମଧ୍ୟ ସବୁ ରାଜ୍ୟଗୁଡ଼ିକ ମଧ୍ୟରେ ଲୋକଙ୍କ ସହ ମିଶି ଭାଇଚାରାର ବାର୍ତ୍ତା ପ୍ରଦାନ କରୁଛନ୍ତି। ପ୍ରତ୍ୟେକ ଭାଷାଭାଷୀ ଅଞ୍ଚଳର ସଂସ୍କୃତି ଓ ପରମ୍ପରା ବିଷୟରେ ସେ ଜାଣିପାରୁଛନ୍ତି। ଲୋକଙ୍କ ସ୍ନେହ ଓ ଭଲପାଇବା ସାଉଁଟୁଛନ୍ତି। ତାଙ୍କର ଲକ୍ଷ୍ୟ ପଥରେ ପହଞ୍ଚିବା ପାଇଁ ଏହା ତାଙ୍କୁ ବହୁତ୍ ସାହାଯ୍ୟ କରୁଛି ,ଉତ୍ସାହ ଦେଇଛି। ତେବେ ସେ ଭାରତ ଭ୍ରମଣ କରି ଶେଷରେ ସାଇବେରିଆର ଓମିୟାକୋମ ଯିବେ ଯେଉଁଠି ତାପମାତ୍ରା ବିଯୁକ୍ତ ୭୨ ଡିଗ୍ରୀ ସେଲସିୟସ୍ ଏବଂ ସେ ବୋଧେ ସାଇବେରିଆ ଯାଇଥିବା ପ୍ରଥମ ଭାରତୀୟ ହେବେ ବୋଲି କହିଥିଲେ।ଲାୟଂଶ କ୍ଲବର ବଳରାମ ପ୍ରଧାନ, ବିନୟ ଦାଶ, ସୋମନାଥ ପଟ୍ଟନାୟକ, ଶୁଦୟ ପ୍ରଧାନ, ମାନେଶ୍ୱର ପ୍ରଧାନ, ଗଣେଶ ଦାଶ ତଥା ତଥା ସମେତ ସଭ୍ୟ ଏହି ଯୁବ ପରିବେଶ ପ୍ରେମୀଙ୍କୁ ସ୍ଵାଗତ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories