ରକ୍ତଶିକୁଳିରେ ପୀଡ଼ିତ ଶିଶୁଙ୍କୁ ରକ୍ତଦାନ କଲେ ଜିଲ୍ଲା ପରିଷଦ ପ୍ରାର୍ଥୀନୀ

ପାଟଣା: ପାଟଣା ବ୍ଲକ ୨୩ ନଂ ଜୋନର କଂଗ୍ରେସ ଦଳର ପ୍ରାର୍ଥୀନୀ ପଦ୍ମାବତୀ ମହାନ୍ତ ରକ୍ତଶିକୁଳି ରୋଗରେ ପୀଡ଼ିତ ହୋଇଥିବା ହରେକୃଷ୍ଣ ମହାନ୍ତ (୮)କୁ ବିରଳ ବ୍ଲଡ଼ ଗ୍ରୁପ ‘ଏ’ ନେଗେଟିଭ ରକ୍ତଦାନ କରି ନିଜର ମହାନତା ଦେଖାଇଛନ୍ତି। ଗତକାଲି ଜିଲ୍ଲାପରିଷଦ ପ୍ରାର୍ଥୀନୀଙ୍କ ପିତା ଗଣେଶ୍ୱର ମହାନ୍ତଙ୍କର ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେ ପିତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ତାଙ୍କର ପିତାଙ୍କର ଦେହାନ୍ତ ଘଟିଥିଲା। ଏଭଳି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସିକିଲସେଲରେ ପୀଡିତ ଶିଶୁଟିର ଜରୁରୀକାଳୀନ ରକ୍ତର ଆବଶ୍ୟକତା ଜାଣି ସେ ତୁରନ୍ତ ରକ୍ତଭଣ୍ଡାରକୁ ଯାଇରକ୍ତ ଦାନ କରିଥିଲେ। ନିଜ ପିତାଙ୍କର ଦେହାନ୍ତ ସତ୍ତ୍ୱେ ପଦ୍ମାବତୀ ମହାନ୍ତ ମହାନତା ଦେଖାଇ ଯେଉଁ ପ୍ରକାର ପୀଡ଼ିତ ଶିଶୁଟିକୁ ରକ୍ତ ଦାନ କରିଥିଲେ ସେଥିପାଇଁ ଶିଶୁଟିର ପରିବାର ସମେତ ସାଧାରଣରେ ମଧ୍ୟ ତାଙ୍କୁ ପ୍ରଶଂସା କରାଯାଇଛି।

Comments are closed.