ଭିଜିଲାନ୍ସ ଜାଲରେ ‘ସମୁଲ’ ଡେପୁଟି ମ୍ୟାନେଜର

ସମ୍ବଲପୁର: ସମଲେଶ୍ୱରୀ ମିଲ୍କ ୟୁନିୟନ ଲିମିଟେଡ(ସମୁଲ)ର ଡେପୁଟି ମ୍ୟାନେଜର କିଶୋର ନାଏକ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗୁରୁବାର ଏକକାଳୀନ ୪ଟି ସ୍ଥାନରେ ଚଢଉ କରାଯାଇଛି। ସମ୍ବଲପୁର ସାକ୍ଷୀପଡା ବ୍ୟାଙ୍କ କଲୋନୀ ସ୍ଥିତ ବାସଭବନ ଓ କାର୍ଯ୍ୟାଳୟ, ପୁରୀ ଜିଲା ଡେଲାଙ୍ଗ ଥାନା ଅଲୁରା ଗ୍ରାମର ପୈତୃକ ଘର ଓ ଭୁବନେଶ୍ବର କଲାରହଙ୍ଗାସ୍ଥିତ ଲୀଲାବତି ଆପାଟମେଣ୍ଟରେ ଏହି ଚଢଉ କରାଯାଇଥିଲା। ଚଢଉରେ ୪ଟି ଦଳ ସାମିଲ ହୋଇଥିଲେ।ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଆଦେଶ ବଳରେ ଏହି ଚଢଉ ହୋଇଥିଲା।୨ ଜଣ ଡିଏସପି, ୬ ଜଣ ଇନ୍ସିପେକ୍ଟର, ୩ ଜଣ ଏଏସଆଇ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ତାଙ୍କ ସମସ୍ତ ସମ୍ପତ୍ତି , ଆୟବ୍ୟୟ ଆଦି ଖୋଳତାଡ ସହ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର କାଗଜପତ୍ର ଯାଞ୍ଚ କରିଥିଲେ।

 

prayash

ଭିଜିଲାନ୍ସ ଦଳ ତାଙ୍କ ବାସଭବନରୁ ବହୁ ପରିମାଣର ସୁନା ଅଳଙ୍କାର, ଟଙ୍କା, ଜମାଖାତା, ବୀମା କାଗଜପତ୍ର ଆଦି ଜବତ କରିଛି। ଚଢଉ ବେଳେ ୧ .୪୧ କୋଟିର ଆୟବର୍ହିଭୁତ ସମ୍ପତ୍ତି ଥିବା ଜଣାପଡିଛି। ଏଥିରେ ସାକ୍ଷୀପଡା ବ୍ୟାଙ୍କ କଲୋନୀର ଏକ ଦ୍ବିମହଲା ବିଶିଷ୍ଟ ଘର, ଭୁବନେଶ୍ବରରେ ଗୋଟିଏ ଫ୍ଲାଟ, ସମ୍ବଲପୁରରେ ୨ଟି ପ୍ଲଟ, ପୁରୀ ସହରରେ ଏକ ପ୍ଲଟ, ୨ଟି ମୋଟର ସାଇକେଲ, ୪୪.୫୧ଲକ୍ଷ ଟଙ୍କାର ଜମା ଖାତା, ୧୦.୪୯ଲକ୍ଷ ଟଙ୍କାର ବୀମାରାଶି, ୭.୩୨ଲକ୍ଷ ଟଙ୍କାର ସୁନା ଅଳଙ୍କାର, ୫.୬ଲକ୍ଷ ଟଙ୍କାର ଆସବାବପତ୍ର ଠାବ କରାଯାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଚଢଉ ଜାରି ରହିଛି।

kalyan agarbati

Comments are closed.