www.samajalive.in
Monday, December 8, 2025
16.1 C
Bhubaneswar

ଜାତୀୟ କୃମି ନାଶକ ଦିବସ ଓ ବାତଜ୍ୱର ନିରାକରଣ ଔଷଧ ସେବନ ଶୁଭାରମ୍ଭ

ବାଙ୍କୀ : ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ପ୍ରତ୍ୟେକ୍ଷ ତତ୍ୱାବଧାନରେ ଗୁରୁବାର ଦିନ ଜାତୀୟ କୃମି ନାଶକ ଦିବସ ପାଳନ ତଥା ବାତଜ୍ୱର ନିରାକରଣ ପାଇଁ ଡିଇସି ବଟିକା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଚାଳନାରେ ଗୁରୁବାର ଦିନ ସ୍ଥାନୀୟ ସରଣ୍ଡା ବିଦ୍ୟାପୀଠ ପରିସରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇ ବିଦ୍ୟାଳୟରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଦିବସ ସମ୍ପର୍କରେ ଅବଗତ କରାଯାଇ ୧୦୭ ଜଣଙ୍କୁ କୃମି ନାଶକ ବଟିକା ସେବନ କରାଯାଇଛି।
ସୂଚନା ଅନୁଯାୟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ୨୧ଗୋଟି ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଆଶା,ଅଙ୍ଗନବାଡି କର୍ମୀ,ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକଙ୍କ ସହାୟତାରେ ବାତଜ୍ୱର ଓ ଜାତୀୟ କୃମି ନାଶକ ଦିବସର ଅନୁରୂପ ଶୁଭାରମ୍ଭ କରାଯାଇଛି। ସରଣ୍ଡା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ୍ତ କୁମାର ସାହୁ,ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ ସୁଦିପ୍ତ ବେହେରା,ଜିଲ୍ଲା ସ୍ତରୀୟ ପ୍ରଶିକ୍ଷକ କାହ୍ନୁ ଚରଣ ମହାପାତ୍ର,ସ୍ୱାସ୍ଥ୍ୟ ପରିଦର୍ଶକ ମାନଭଞ୍ଜନ ଦଳାଇ,ଏ.ଏନ.ଏମ ମଞ୍ଜୁଲତା ଦାସ,ଆଶା କର୍ମୀ ଛବିରାଣୀ ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ବାତଜ୍ୱର ନିରାକରଣ ସମ୍ପର୍କିତ ଉପାଦେୟ ଆଲୋଚନା କରିଥିଲେ। ଫେବ୍ରୁଆରୀ ୧୦ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ବାଙ୍କୀ ବ୍ଲକରେ ସ୍ୱାସ୍ଥ୍ୟ କର୍ମୀ ମାନେ ଘର ଘର ବୁଲି ୧ଲକ୍ଷ ୧୨ହଜାର ୭୬୮ଜଣଙ୍କୁ ଏହି ମାତ୍ରା ଖୁଆଇବେ ବୋଲି ସୂଚନା ମିଳିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories