ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ସାର୍କୋଜି ଗିରଫ
ପ୍ୟାରିସ : ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲାଇ ସାର୍କୋଜିଙ୍କୁ ସ୍ଥାନୀୟ ପୁଲିସ ମଙ୍ଗଳବାର ଗିରଫ କରିଛି। ୨୦୦୭ରେ ରାଷ୍ଟ୍ରପତି ନିର୍ବାଚନ ସମୟରେ ସାର୍କୋଜି ଲିବ୍ୟାର ତତ୍କାଳୀନ ରାଷ୍ଟ୍ରମୁଖ୍ୟ କର୍ଣ୍ଣେଲ ଗଦାଫିଙ୍କଠାରୁ ପ୍ରଚୁର ଅର୍ଥ ଗ୍ରହଣ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଜୈଦ୍ ତାକିଦାଇନ୍ ନାମକ ଜଣେ ବ୍ୟବସାୟୀ ତିନିଟି ସୁଟ୍କେଶରେ ଭର୍ତ୍ତି ହୋଇଥିବା ନୋଟ୍କୁ (ପ୍ରତ୍ୟେକ ସୁଟ୍କେଶରେ ପ୍ରାୟ ୨ ନିୟୁତ ୟୁରୋ ରହିଥିଲା) ସାର୍କୋଜିଙ୍କୁ ହସ୍ତାନ୍ତର କରିଥିଲେ। ସାର୍କୋଜିଙ୍କୁ ଜିତାଇବା ପାଇଁ ସେତେବେଳେ ଏହି ଅର୍ଥ ଯୋଗାଇ ଦିଆଯାଇଥିଲା ବୋଲି ଗଦାଫି ଘୋଷଣା କରିବାପରେ ୨୦୧୩ରେ ଫ୍ରାନ୍ସ ପୁଲିସ ଏକ ମାମଲା ରୁଜୁ କରିଥିଲା। ଏ ମାମଲାରେ ହାଜର ହେବାକୁ ସାର୍କୋଜିଙ୍କୁ ସମନ ଜାରି କରାଯାଇଥିଲେ ସୁଦ୍ଧା ସେ ଏଥିପ୍ରତି କର୍ଣ୍ଣପାତ କରୁନଥିଲେ।