www.samajalive.in
Monday, December 15, 2025
15.1 C
Bhubaneswar

ଅତାବିରା କଳା ସଂସ୍କୃତି ଭବନ ପକ୍ଷରୁ ଲତା ମଙ୍ଗେସକରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ରେଙ୍ଗାଲିକ୍ୟାମ୍ପ: ଅତାବିରାର କଳାପ୍ରେମୀ ତଥା ସାହିତ୍ୟ ପ୍ରେମୀମାନଙ୍କ ଦ୍ଵାରା ଗଢ଼ିଉଠିଥିବା କଳା ଓ ସଂସ୍କୃତି ଭବନରେ ଆଜି ସୟଦ କଡକଙ୍କ ସଭାପତିତ୍ବରେ ଭାରତର କୋକିଲା କଣ୍ଠୀ, ବାଣୀକନ୍ୟା ଲତା ମଙ୍ଗେସକରଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଲତାଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ବଳନ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା।ଏହା ପରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇ ଥିଲା।

ଇନ୍ଦିରା ତ୍ରିପାଠୀ ଲତାଙ୍କ ଉପରେ ଆଧାରିତ ଗୀତ ଗାୟନ କରିଥିଲେ। ଉପସ୍ଥିତ ସମସ୍ତେ ନିଜ ନିଜ ଅଭିଭାଷଣରେ ଲତାଙ୍କ ସ୍ମୃତିଚlରଣ କରିବା ସହ ଲତାଙ୍କ ଖାଲି ସ୍ଥାନ ଅପୂର୍ଣ୍ଣ ହୋଇ ରହିବ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ କଳା ସଂସ୍କୃତି ଭବନର ସଭାପତି ତେଜରାଜ ପ୍ରଧାନ ପ୍ରତି ବର୍ଷ ଲତାଙ୍କ ନାମରେ ନୃତ୍ୟ,ଗୀତ ଆଦି କଲାଭିତ୍ତିକ ପ୍ରତିଯୋଗିତା ଏହି ଅନୁଷ୍ଠାନ ଦ୍ଵାରା କରାଯିବ ବୋଲି ଘୋଷଣା କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ନାଗରିକ ସଂଘର ସଭାପତି ବେଣୁଧର ମିଶ୍ର, ଶିକ୍ଷା ପ୍ରେମୀ ନିତ୍ୟାନନ୍ଦ ପ୍ରଧାନ, ବିଶିଷ୍ଟ ସମାଜ ସେବୀ କୃଷ୍ଣଚନ୍ଦ୍ର ପ୍ରଧାନ, ସାହିତ୍ୟିକ ବିରେନ୍ଦ୍ର ପ୍ରସାଦ ମିଶ୍ର, କାଦିର ଖାଁ, ନିର୍ମଳ ପ୍ରଧାନ, ବାସୁଦେବ ପ୍ରଧାନ, ଗୁଣନିଧି ପ୍ରଧାନ, ଭୋଲାନଥ ପ୍ରଧାନ, ଗଣେଶ ତଥା ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories