www.samajalive.in
Monday, December 15, 2025
14.1 C
Bhubaneswar

ପଞ୍ଚାୟତ ନିର୍ବାଚନ ପାଇଁ ପୁଲିସ ପ୍ରସ୍ତୁତି ସଂପର୍କରେ ଏସ୍‍ପିଙ୍କ ସମୀକ୍ଷା

ପିପିଲି: ପୁରୀ ଏସ୍‍ପି ଡକ୍ଟର କନୱର ବିଶାଲ ସିଂହ ବୁଧବାର ପିପିଲି ଥାନା ଗସ୍ତ କରି ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପିପିଲି ଉପଖଣ୍ଡ ଅଞ୍ଚଳରେ ପୁଲିସର ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ। ଏହି ନିର୍ବାଚନକୁ ସଂପୂର୍ଣ୍ଣ ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ପୁଲିସ ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ରହିଥିବା ସଂପର୍କରେ ଏସ୍‍ପି ଗଣମାଧ୍ୟମକୁ ସୂଚନା ଦେଇଥିଲେ।

ଏସ୍‍ପି ଡକ୍ଟର ସିଂହ ପିପିଲି ଥାନା ପରିସରରେ ଏସ୍‍ଡିପିଓ ଦେବଦତ୍ତ ବରାଳଙ୍କ ସମେତ ପିପିଲି, ଡେଲାଙ୍ଗ, କଣାସ, ସତ୍ୟବାଦୀ ଓ ବଳଙ୍ଗା ଥାନାଧିକାରୀଙ୍କ ସହ ନିର୍ବାଚନ ପାଇଁ ପୁଲିସର ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ। ପୁରୁଣା ନିର୍ବାଚନୀ ମାମଲା, ପୁଲିସ ପକ୍ଷରୁ ନିଆଯାଇଥିବା ପ୍ରତିଷେଧମୂଳକ ପଦକ୍ଷେପ, ବେଆଇନ ମାଦକଦ୍ରବ୍ୟ କାରବାର ଉପରେ ପୁଲିସର ପଦକ୍ଷେପ, ଅସାମାଜିକ ବ୍ୟକ୍ତି ତଥା ପେଷାଦାର ଅପରାଧିଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନ ଆଦି ସଂପର୍କରେ ସେ ସମୀକ୍ଷା କରିଥିଲେ।

- Advertisement -

ଏଥି ସହ ନିର୍ବାଚନ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ବିସ୍ତୃତ ଭାବେ ସମୀକ୍ଷା କରିଥିଲେ। ସମ୍ବେଦନଶୀଳ ମତଦାନ କେନ୍ଦ୍ରରେ ପର୍ଯ୍ୟାପ୍ତ ପୁଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଏସ୍‍ପି ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏହା ବ୍ୟତୀତ କ୍ୟୁଆର୍‍ଟି ଓ ଷ୍ଟ୍ରାଇକିଂ ଫୋର୍ସ ଭଳି ବିଶେଷ ଟିମ୍‍ ଗଠନ କରାଯାଇ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ମୂତୟନ କରାଯିବ। ଇନିସପେକ୍ଟର ପାହ୍ୟାର ଅଧିକାରୀମାନଙ୍କୁ ପଞ୍ଚାୟତ ଗୁଡିକରେ ସେକ୍ଟର ଅଫିସର ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ସମସ୍ତ ପୁଲିସ ବ୍ୟବସ୍ଥାକୁ ଅତିରିକ୍ତ ଏସ୍‍ପି ଓ ଏସ୍‍ଡିପିଓ ପାହ୍ୟାର ବରିଷ୍ଠ ପୁଲିସ ଅଧିକାରୀମାନେ ତଦାରଖ କରିବେ ବୋଲି ଏସ୍‍ପି ସୂଚନା ଦେଇଥିଲେ। ପୁଲିସ ପାଟ୍ରୋଲିଂ ଓ ସାନ୍ଧ୍ୟ ପାଟ୍ରୋଲିଂକୁ ଅଧିକ କଡାକଡି କରାଯାଇଥିବା ବେଳେ ପ୍ରତ୍ୟେକ ଥାନାଧିକାରୀମାନଙ୍କୁ ନିଜ ନିଜ ଅଞ୍ଚଳରେ ଥିବା ଲାଇସେନ୍ସପ୍ରାପ୍ତ ଆଗ୍ନେୟାସ୍ତ୍ର ଗୁଡିକୁ ସ୍ଥାନୀୟ ଥାନାରେ ଦାଖଲ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଏସ୍‍ପି ସୂଚନା ଦେଇଥିଲେ। ଏକ ଭୟମୁକ୍ତ ଓ ନିରପେକ୍ଷ ନିର୍ବାଚନ କରାଇବା ପାଇଁ ପୁଲିସ ପ୍ରତିଶୃତିବଦ୍ଧ ବୋଲି ସେ କହିବା ସହ ଭୋଟରମାନେ ଭୋଟ୍‍ ଦେଇ ନିଜର ସାମ୍ବିଧାନିକ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories