www.samajalive.in
Sunday, December 14, 2025
26.1 C
Bhubaneswar

ମୋହନାରେ ବିଜେଡିର ମିଶ୍ରଣ ପର୍ବ

ମୋହନା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେପି ଓ କଂଗ୍ରେସ ଦଳର ବହୁ ନେତା, କର୍ମୀ ଓ ସମର୍ଥକ ଦଳ ଛାଡ଼ି ବିଜେଡିର ସ୍ଵଚ୍ଛ ଶାସନ ଓ ବିକାଶର ଧାରାରେ ଅନୁପ୍ରାଣୀତ ହୋଇ ବିଜେଡିରେ ମିଶୁଥିବା ଦେଖିବାକୁ ମିଳିଛି। ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେଡିର ମିଶ୍ରଣପର୍ବ ଯୋର ସୋରରେ ଚାଲିଛି। ଏହି ପରିପେକ୍ଷୀରେ ମଙ୍ଗଳବାର ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟଠାରେ ପୂର୍ବତନ ବିଜେପି ଜିଲ୍ଲା ସଭାପତି ଜି.ରାବଣା ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗଦାନ କରିଥିବା ବେଳେ ବୁଧବାର ଦିନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବିଜେପି ଛାଡି ବିଜେଡିରେ ଯୋଗଦାନ କରିଛନ୍ତି। ସ୍ଥାନୀୟ ହିଲଟପ କଲେଜ ଛକ ଠାରେ ବିଜେଡିର ଏକ ବିରାଟ ସମାବେଶ ଓ ମିଶ୍ରଣପର୍ବରେ ଅଧ୍ୟକ୍ଷା ଅନୀତାରାଣୀ ବେହେରା ବିଧିବଦ୍ଧ ଭାବେ ବିଜେପି ଛାଡି ବିଜେଡିରେ ଯୋଗଦାନ କରିଥିଲେ।

ଏହା ବ୍ୟତୀତ ପୂର୍ବତନ ୱ।ର୍ଡମେମ୍ବର ଯୋଗେନ୍ଦ୍ର କୁମାର ସାହୁ, ନାରାୟଣପତି,ନାରାୟଣ ପାଣିଗ୍ରାହୀ, କାବୁଲି କୁମାର ରଥ, ରାଜା ପଟ୍ଟନାୟକ ଆଦି ବହୁ ବ୍ୟକ୍ତି ବିଜେଡିରେ ସାମିଲ ହୋଇଥିଲେ। ଆୟୋଜିତ ମିଶ୍ରଣପର୍ବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ରାଜ୍ୟ ସାଧାରଣ ସଂପାଦକ ତଥା ମିଡିଆ ସେଲ ଉପଦେଷ୍ଟା ମାନସ ମଙ୍ଗରାଜ , ବିଜେଡି ମୁଖପାତ୍ର ଅମିତ ସାମଲ, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ଜିଲ୍ଲା ପରିଷଦ ଅଧ୍ଯକ୍ଷା ଓ ନବାଗତ ସମର୍ଥକଙ୍କୁ ଦଳୀୟ ଉତ୍ତରୀୟ ଓ ଫୁଲତୋଡା ଦେଇ ଦଳକୁ ସ୍ଵାଗତ କରିଥିଲେ। ଜିଲ୍ଲା ପରିଷଦ ଅଧ୍ଯକ୍ଷା ଶ୍ରୀମତୀ ବେହେରା ନିଜ ପ୍ରତିକ୍ରୀୟାରେ କହିଛନ୍ତି ବିଜେପି ନେତା ତାଙ୍କୁ ଅଣଦେଖା କରିବା, କୌଣସି କ୍ଷେତ୍ରରେ ସହଯୋଗ ନକରିବା, କୌଣସି ଦଳୀୟ କାର୍ଯ୍ୟକ୍ରମରେ ସୂଚନା ନ ଦେବା, ଦଳ ତାଙ୍କ ପ୍ରତି ଆନ୍ତରିକତା ନ ଦେଖାଇବା ଓ ବିଭିନ୍ନ କ୍ଷେତ୍ରରେ ଅବହେଳା କରିବା ଯୋଗୁଁ ସେ ଦଳ ତ୍ୟାଗ କରିଥିବା କହିଛନ୍ତି। ନବୀନ ବାବୁଙ୍କ ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତୀ, ସୁଶାସନ, ଜନହିତକର କାର୍ଯ୍ୟକ୍ରମରେ ଅନୁପ୍ରାଣୀତ ହୋଇ ସେ ବିଜେପି ଛାଡି ବିଜେଡିରେ ଯୋଗଦାନ କରିଥିବା କହିଛନ୍ତି। ଏହି ମିଶ୍ରଣ ପର୍ବରେ ଦଳର ବହୁ ବରିଷ୍ଠ ନେତା ଓ କର୍ମୀ ଯୋଗ ଦେଇଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories