www.samajalive.in
Monday, December 15, 2025
17.1 C
Bhubaneswar

୫ ମାସ ହେଲା ଚାଉଳ ପାଇନାହାନ୍ତି ପଡ଼ାଲଗୁଡାବାସୀ

ନବରଙ୍ଗପୁର: ଦୀର୍ଘ ୫ ମାସ ହେଲା ସରକାରୀ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି ପରିବାର। ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପଡ଼ାଲଗୁଡା ଗ୍ରାମବାସୀ ଏଭଳି ଅଭିଯୋଗ କରି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିବା ବେଳେ କାର୍ଯ୍ୟାଳୟରେ ତାଲା ପଡ଼ିଥିବା ଦେଖି ନିରାଶ ହୋଇଥିଲେ। ପୂର୍ବରୁ ବାରମ୍ବାର ଏସଂପର୍କରେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୈାଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି। ତାଙ୍କର ଟଙ୍କାକିଆ ଚାଉଳକୁ ହଡପକରି ଆତ୍ମସାତ କରାଯାଇଥିବା ହିତାଧିକାରୀମାନେ କହିଛନ୍ତି।

ଗ୍ରାମର ଉଦ୍ଧବ ଭତ୍ରା, ସୁଲୋଚନା ହିଆଲ, ପନିର ହିଆଲ, କିରଣ ଖୁରା ଓ ଇସମାଏଲ ପ୍ରମୂଖ ଏହି ଅଭିଯୋଗ କରିବା ସହ ଗ୍ରାମର ପ୍ରାୟ ୨୦ରୁ ଅଧିକ ପରିବାରକୁ ଚାଉଳ ଦିଆଯାଉନଥିବା ଅଭିଯୋଗ କରିଛନ୍ତି। ଏ ସଂପର୍କରେ ଜିଲା ଯୋଗାଣ ଅଧିକାରୀ ସଞିବ କୁମାର ସାହୁଙ୍କୁ ପଚାରିବାରୁ କେଉଁ କାରଣରୁ ହିତାଧିକାରୀଙ୍କୁ ଚାଉଳ ଦିଆଯାଉନି ସେ ଏହାର ତଦନ୍ତ କରିବେ ବୋଲି କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories