ରୋଟାରୀ ହକି ଏକାଡେମୀରେ ପତଞ୍ଜଳି ଯୋଗ ଶିବିର

ସମ୍ବଲପୁର: ସମ୍ବଲପୁରର ଚନ୍ଦନନଗର ଠାରେ ସଂସ୍କୃତ ବିଦ୍ୟାଳୟର ଖେଳ ପଡ଼ିଆ ଠାରେ ତ୍ରିଦିବସୀୟ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ରବିବାର ଠାରୁ ଆରମ୍ଭ ହୋଇଥିବା ଏହି ଯୋଗ ଶିବିରର ଉଦଯାପନୀ ଉତ୍ସବରେ ଜାତୀୟସ୍ତରର ପୂର୍ବତନ ହକି ଖେଳାଳି ଜିତେନ୍ଦ୍ର କୁମାର ଶର୍ମା ଅଧ୍ୟକ୍ଷତା କରିଥିଲେ। ୨୦୧୭ ମସିହାରୁ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ରୋଟାରୀ ହକି ଏକାଡେମୀରେ ପ୍ରତି ଦିନ ୫୦ ରୁ ଉର୍ଦ୍ଧ ଉଦୟୀମାନ ଖେଳାଳି ମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ପତଞ୍ଜଳି ଯୋଗ ସମିତିର ଯୋଗ ପ୍ରଶିକ୍ଷିକା ତଥା ରାଜ୍ୟ ମହିଳା ପ୍ରଭାରୀ ଜେ. ଗିରିଜା ଦେବୀ ୩ ଦିନ ଧରି ଉଦୟୀମାନ ଖେଳାଳିମାନଙ୍କୁ ଯୋଗ ପ୍ରଶିକ୍ଷଣ ଦେଇଥିଲେ। ଏହି ପ୍ରଶିକ୍ଷଣରେ ୮ଟି ପ୍ରାଣାୟାମ, ଯୋଗିଙ୍ଗ, ସୁର୍ଯ୍ୟ ନମସ୍କାର ଏବଂ ଆସନ ସାମିଲ ରହିଥିଲା।

ଆଜାଦୀର ୭୫ ବର୍ଷ ଉପଲକ୍ଷେ ଚାଲିଥିବା ଅମୃତ ମହୋତ୍ସବ ଅର୍ନ୍ତଗତ ୭୫ କୋଟି ସୁର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମରେ ସମସ୍ତେ ଭାଗ ନେଇଥିଲେ। ଏହି ଏକାଡେମୀରୁ ଜାତୀୟସ୍ତରରେ ଖେଳାଳି ମାନେ ହକି ଖେଳି ସାରିଛନ୍ତି। ଏହି ଅବସରରେ ଉଦୟୀମାନ ଖେଳାଳି ମାନଙ୍କର ଉଜ୍ୱଳ ଭବିଷ୍ୟତ ପାଇଁ ଶାରୀରିକ ଓ ମାନସିକ ସୁସ୍ଥତା ନିତାନ୍ତ ଜରୁରୀ ହୋଇଥିବାରୁ ଯୋଗ ସମିତି ପକ୍ଷରୁ ପ୍ରତି ରବିବାର ଯୋଗ ପ୍ରଶିକ୍ଷଣ ଦିଆଯିବ ବୋଲି କୁହାଯାଇଛି। କାର୍ଯ୍ୟକ୍ରମକୁ ଆୟୋଜନ ଓ ପରିଚାଳନାରେ ଯୋଗ ସମିତିର ପଦ୍ମିନୀ ମୁଣ୍ଡା, ବିଶ୍ୱ ଚିନ୍ଦ୍ର, ରାହୁଲ ପ୍ରସାଦ ପ୍ରମୁଖ ସକ୍ରିୟ ସହାୟତା କରିଥିଲେ।

Comments are closed.