www.samajalive.in
Monday, December 15, 2025
14.1 C
Bhubaneswar

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗୀର ଶାଖାର କର୍ମକର୍ତ୍ତା ଚୟନ ଅନୁଷ୍ଠିତ

କଣ୍ଟାବାଞ୍ଜି: ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗୀର ଶାଖାର ଆଭାସୀ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଓଡିଶା ପ୍ରାନ୍ତର ସଭାପତି ଡ.ରଘୁନାଥ ପଣ୍ଡା ଓ ପ୍ରାନ୍ତ ସଂଗଠନ ସମ୍ପାଦକ ନାରାୟଣ ନାୟକଙ୍ଖ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନାଟ୍ୟଭୁଷଣ ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବଲାଙ୍ଗୀର ଶାଖା ପାଇଁ କର୍ମକର୍ତ୍ତା ଚୟନ କରାଯାଇଥିଲା।ସର୍ବସମ୍ମତି କ୍ରମେ ନାଟ୍ୟଭୁଷଣ ଜଗଦାନନ୍ଦ ଛୁରିଆ ସଭାପତି, ଅଚ୍ୟୁତାନନ୍ଦ ଉଦଗାତା ଉପସଭାପତି, ଧର୍ମବ୍ରତ ରଥ ସମ୍ପାଦକ, ସୁଶ୍ରୀ ସବିତା ଭୋଇ ସହ ସମ୍ପାଦିକା, ବିରଞ୍ଚି ନାରାୟଣ ଦାଶ ସଂଯୋଜକ, ରତ୍ନମୟ ତ୍ରିପାଠୀ ସହ ସଂଯୋଜକ, ମଦନମୋହନ ରଥ କୋଷାଧ୍ୟକ୍ଷ ଓ ରାମଚନ୍ଦ୍ର ପଟେଲ, କସ୍ତୁରୀ ରଥ, ରାଧାକୃଷ୍ଣ ପଟ୍ଟନାୟକ, ସୁରୁଚି ମିଶ୍ର, ଡ.ଅଶୋକ କୁମାର ସେଠୀ, ସତ୍ୟାନନ୍ଦ ବିଶ୍ୱ।ଳ, ରାଜମଣୀ ସାହୁ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ସଂଯୁକ୍ତା ପରିଛ୍ଛା, ଜ୍ୟୋତ୍ସ୍ନାରାଣୀ ଭୋଇ, ଜ୍ୟୋତିର୍ମୟୀ ମିଶ୍ର, ଶିବ ପ୍ରସାଦ ସା,ସତ୍ୟ ନାରାୟଣ ପ୍ରଧାନ ଆଦି ସକ୍ରିୟ ସଦସ୍ୟ ଯୋଗ ଦେଇଥିଲେ। ନବ ନିର୍ବାଚିତ କର୍ମକର୍ତ୍ତାମାନେ ଆଗାମୀ ଦିନରେ ବ୍ଳକ ସ୍ତରରେ ଆଜୀବନ ସଦସ୍ୟ କରିବା ସହିତ ଶାଖା ଖୋଲିବାକୁ ନିଷ୍ପତ୍ତି ନେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories