ତିନି ବର୍ଷରେ ୩୩୦ ପାକ୍‌, ୧୭୭୦ ବାଂଲା ନାଗରିକଙ୍କୁ ସ୍ୱଦେଶ ପଠାଯାଇଛି

0

ନୂଆଦିଲ୍ଲୀ : ବିଗତ ତିନି ବର୍ଷରେ ଭାରତରେ ବେଆଇନଭାବେ ବସବାସ କରୁଥିବା ୩୩୦ ଜଣ ପାକିସ୍ତାନୀ ଓ ୧୭୭୦ ଜଣ ବାଂଲାଦେଶ ନାଗରିକଙ୍କୁ ସ୍ୱଦେଶ ଫେରାଇ ଦିଆଯାଇଛି ବୋଲି ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ ମଙ୍ଗଳବାର ଲୋକସଭାକୁ ସୂଚିତ କରିଛନ୍ତି। ବିଦେଶୀ ନାଗରିକ ଆଇନ ୧୯୪୬ ଅନୁଯାୟୀ ବେଆଇନଭାବେ ବସବାସ କରୁଥିବା ବିଦେଶୀ ନାଗରିକଙ୍କୁ ସ୍ୱଦେଶ ପଠାଇବାକୁ ଭାରତ ସରକାରଙ୍କର କ୍ଷମତା ରହିଛି ବୋଲି ରିଜିଜୁ ସ୍ପଷ୍ଟ କରିଛନ୍ତି। ଏହି ବିଦେଶୀମାନେ ଗୋପନରେ ସୀମା ଅତିକ୍ରମ କରି ଭାରତରେ ପ୍ରବେଶ କରିବା ସହ ବେଆଇନଭାବେ ବସବାସ କରୁଛନ୍ତି। ତେଣୁ ଏମାନଙ୍କୁ ଚିହ୍ନଟ କରିବା ଅସମ୍ଭବ ହୋଇପଡୁଛି ବୋଲି ରିଜିଜୁ କହିଛନ୍ତି। ଏପରିକି ଏଭଳି କେତେକ ବିଦେଶୀ ନାଗରିକ ଭାରତରେ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହିଥିବାର ମଧ୍ୟ ପ୍ରମାଣ ମିଳୁଛି।

Leave A Reply