www.samajalive.in
Sunday, December 14, 2025
16.1 C
Bhubaneswar

ବିବାଦ ଭୟରେ ‘ଲଭ୍‍ରାତ୍ରୀ’ ରୁ ‘ଲଭ୍‍ଯାତ୍ରୀ’

ନୂଆଦିଲ୍ଲୀ : ସଲମାନ ଖାନଙ୍କ ପ୍ରଡ଼କ୍ସନ୍‍ ହାଉସ୍‍ର ଚଳଚ୍ଚିତ୍ର ‘ଲଭ୍‍ରାତ୍ରୀ’ ର ନାମ ବଦଳାଇ ‘ଲଭ୍‍ଯାତ୍ରୀ’ କରି ଦିଆଯାଇଛି। ନିର୍ମାତାମାନେ ଚଳଚ୍ଚିତ୍ରକୁ ବିବାଦରୁ ବଞ୍ଚାଇବା ଉଦ୍ଦେଶ୍ୟରେ ଏଭଳି କରିଥିବା ଜଣାପଡ଼ିଛି। ପୂର୍ବରୁ ଏହି ଚଳଚ୍ଚିତ୍ରର ନାମ ହିନ୍ଦୁଙ୍କ ପବିତ୍ର ପର୍ବ ‘ନବରାତ୍ରୀ’ ସହ ମେଳ ଖାଇବା ଭଳି ରଖାଯାଇଥିଲା। କାରଣ ଚଳଚ୍ଚିତ୍ରର କାହାଣୀ ଓ ବିଷୟବସ୍ତୁକୁ ଏହି ନାମ ଖାପ ଖାଉଥିଲା। ତେବେ ବହୁ ବ୍ୟକ୍ତି ଏହି ନାମକୁ ନେଇ ଆପତ୍ତି କରିଥିଲେ। ଯେତେବେଳେ ‘ଲଭ୍‍ରାତ୍ରୀ’ ର ଟ୍ରେଲର୍‍ ରିଲିଜ୍‍ ହୋଇଥିଲା, ସେତେବେଳେ ମଧ୍ୟ ବିରୋଧର ସ୍ୱର ଉଠିଥିଲା। ଆଗ୍ରାର ଏକ ସଙ୍ଗଠନ ‘ହିନ୍ଦୁ ହି ଆଗେ’ ଏହି ଚଳଚ୍ଚିତ୍ରର ନାମକୁ ନେଇ କଡ଼ା ବିରୋଧ କରିବା ସହ ଏହାର ପୋଷ୍ଟର ମଧ୍ୟ ଜଳାଇଥିଲେ। କେବଳ ଏତିକି ନୁହେଁ ଜଣେ ଓକିଲ ବିହାର କୋର୍ଟରେ ଚଳଚ୍ଚିତ୍ରର ନାମକୁ ନେଇ ଅଭିଯୋଗ କରିଥିଲେ। ଅଭିଯୋଗକାରୀ ସୁଧୀର କୁମାର ଓଝାଙ୍କ କହିବା ଅନୁସାରେ ଏହି ଚଳଚ୍ଚିତ୍ରର ନାମ ହିନ୍ଦୁମାନଙ୍କ ଭାବନାକୁ ଆଘାତ କରିଛି।
ତେବେ ଏହିସବୁ ବିବାଦରୁ ରକ୍ଷା ପାଇବା ପାଇଁ ସଲମାନ ଚଳଚ୍ଚିତ୍ରର ନାମକୁ ପରିବର୍ତ୍ତନ କରିବା ଉଚିତ ମନେ କରିଥିଲେ। ମଙ୍ଗଳବାର ରାତିରେ ଚଳଚ୍ଚିତ୍ରର ନୂଆ ପୋଷ୍ଟର(ନୂଆ ନାମ ସହିତ) ରିଲିଜ୍‍ କରାଯାଇଛି। ସଲମାନ ସାମାଜିକ ଗଣମାଧ୍ୟମରେ ନୂଆ ପୋଷ୍ଟର ଶେୟାର କରି ଲେଖିଛନ୍ତି, “ଏଥିରେ କୌଣସି ବନାନ କିମ୍ବା ଶବ୍ଦ ଭୁଲ୍‍ ନାହିଁ”।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories