ପୁରୀ: ଚିଲିକା ଉପରେ ବିବାଦୀୟ ହେଲିକପ୍ଟରର ଉଡ଼ିବା ପ୍ରସଙ୍ଗ ନେଇ ବୁଧବାର ଦିନ ଇମ୍ଫା ଅଧିକାରୀ ଥାନାରେ ହାଜର ହୋଇଛନ୍ତି। ସେ ପୁରୀ ସଦର ଥାନା ଅଧିକାରୀଙ୍କ ନିକଟକୁ ଯାଇ ଲିଖିତ ତଥ୍ୟ ପ୍ରଦାନ କରିଛନ୍ତି। ଚିଲିକା ଉପରେ ହେଲିକପ୍ଟର ଉଡିବା ଅଭିଯୋଗ ମାମଲାରେ ପୁରୀ ପୁଲିସ ଇମ୍ଫା ଅଧିକାରୀଙ୍କୁ ନୋଟିସ ଜାରି କରିଥିଲା।
ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୧୫ତାରିଖରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ନିଜର ଦୁଇ ବନ୍ଧୁଙ୍କ ସହ ହେଲିକପ୍ଟର ଯୋଗେ ଚିଲିକା ଯାଇଥିଲେ। ଏହି ମାମଲା ନେଇ ପୁରୀ ପୁଲିସ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଓ ହ୍ୟାଙ୍ଗରକୁ ସିଜ କରିଥିଲା।
ଚିଲିକାରେ ହେଲିକପ୍ଟର ଉଡିବା ପ୍ରସଙ୍ଗ: ଥାନାରେ ହାଜର ହେଲେ ଇମ୍ଫା ଅଧିକାରୀ
Popular Categories



