ମାଓବାଦୀଙ୍କ ବିସ୍ପୋରଣରେ ମୃତ ସାମ୍ବାଦିକଙ୍କ ପରିବାରକୁ ମିଳିବ ୧୩ଲକ୍ଷ ଟଙ୍କା ସହାୟତା ରାଶି

ମୃତ ସାମ୍ବାଦିକଙ୍କ ପରିବାରକୁ ୧୩ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ

ଭୁବନେଶ୍ୱର: ବିସ୍ଫୋରଣରେ ମୃତ ସାମ୍ବଦିକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା ହୋଇଛି। ଆଜି ମୃତ ସାମ୍ବାଦିକଙ୍କ ପରିବାର ଲାଗି ୧୩ଲକ୍ଷର ଅନୁକମ୍ପା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୃତ ସାମ୍ବାଦିକଙ୍କ ପରିବାରକୁ ୧୩ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ଦେଇଛନ୍ତି।

ମାଓବାଦୀଙ୍କ ବିସ୍ପୋରଣରେ  ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି ଘୋଷଣା ହୋଇଛି। ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରିବାରକୁ ୧୩ ଲକ୍ଷ ଟଙ୍କା ଦେବା ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି  ।  ରାଜ୍ୟ ପୁଲିସ ପକ୍ଷରୁ ୯ ଲକ୍ଷ ଓ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ମିଳିବ । ତୁରନ୍ତ ମୃତ ସାମ୍ବାଦିକଙ୍କ ପରିବାରକୁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି  ବୋଲି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି।

prayash

ଲ୍ୟାଣ୍ଡମାଇନ ବିସ୍ଫୋରଣରେ କଳାହାଣ୍ଡି ଏମ୍‌. ରାମପୁରର ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ମୃତ୍ୟୁ ଘଟିଛି । ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଲାଲବାହିନୀ ମାଟିତଳେ ଖଞ୍ଜିଥିବା ଲ୍ୟାଣ୍ଡମାଇନ ଉପରେ ତାଙ୍କ ବାଇକ୍ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିବା ବେଳେ, ବାଇକ ଭାଙ୍ଗି ଚୁରମାର ହୋଇଯାଇଛି । ଡମ୍ବକର୍ଲାଖୁଣ୍ଟା-ମାଣିକେରା ରାସ୍ତାର ଦୁଲେନ ଛକ ଠାରେ ଲ୍ୟାଣ୍ଡମାଇନ ବିଛାଇଥିଲେ ନକ୍ସଲ । ଯାହାର ଶିକାର ହୋଇଥିଲେ ସାମ୍ବାଦିକ ରୋହିତ ବିଶ୍ୱାଳ । ଆଗକୁ ପଞ୍ଚାୟତ ଭୋଟ ଥିବା ବେଳେ, ସ୍ଥାନୀୟ ଅଞ୍ଚଳରେ ଉପସ୍ଥିତି ଜାହିର କରିଛି ଲାଲବାହିନୀ । ଭୋଟ ବର୍ଜନ କରିବାକୁ ପୋଷ୍ଟର ଲଗାଇଛନ୍ତି  ।

ଘଟଣା ସ୍ଥଳରେ ବର୍ତ୍ତମାନ ସିଆରପିଏଫ ଓ ପୋଲିସ ଛାଉଣୀ କରାଯାଇଛି। କଳାହାଣ୍ଡି ତଥା ରାଜ୍ୟରେ ବିପଦ ପୂର୍ଣ୍ଣ ଭାବେ ସାମ୍ବାଦିକତା କରୁଥିବା ବେଳେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ମୃତ୍ୟୁବରଣ କରିବା ଏହା ପ୍ରଥମ ମୃତ୍ୟୁ।

ସୂଚନା ଯୋଗ୍ୟ ଯେ ମାଓବାଦୀ ମାନେ ଆଜି ଏହି ସ୍ଥାନରେ ଭୋଟ ବର୍ଜନ କରିବାକୁ ପୋଷ୍ଟର ମାରିଥିଲେ। ଏଠି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସୀମାନ୍ତ ଅଞ୍ଚଳରେ ଥିବା ପୋଲିସ ସିଆରପିଏଫ କ୍ୟାମ୍ପକୁ ତୁରନ୍ତ ଉଠାଇବା ଦାବି କରିଛନ୍ତି। ଆସନ୍ତା ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଆହ୍ଵାନ ଦେଇଛନ୍ତି। ଏହି ପୋଷ୍ଟରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି କେକେବିଏନ ଡିଭିଜନ ବୋଲି ଉଲ୍ଲେଖ ରହିଛି। ତେବେ ମାଓବାଦୀ ତାଙ୍କର ସ୍ଥିତି ଜାହିର ରଖିଥିବା ଏଥିରୁ ସ୍ପଷ୍ଟ ଜଣାଯାଇଛି। ଘଟଣା ସମ୍ପର୍କରେ କଳାହାଣ୍ଡି ଏସପି ଡ. ଶ୍ରବଣ ବିବେକ ଏମ୍ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ତଥ୍ୟ ରଖିବେ ବୋଲି ଏସପି କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

kalyan agarbati

Comments are closed.