କଲ୍ୟାଣସିଂ ହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତର ଧାମଲିମା ଆମ୍ବତୋଟା ଠାରେ ବିଜେପି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ମଣ୍ଡଳ ସଭାପତି ମୋନଜ କୁମାର ସେଠୀ, ମଣ୍ଡଳର ସାଧାରଣ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପଟେଲ, ମଣ୍ଡଳଯୁବ ମୋର୍ଚ୍ଚା ର ସଭାପତି ଦିଲ୍ଲୀପ ମିଣିଆକା, ଆଦିବାସୀ ଯୁବ ମୋର୍ଚ୍ଚାର ସଭାପତି ଯମୁନା ମିଣିଆକା, ମହିଳା ମୋର୍ଚ୍ଚା ସଭାପତି ପ୍ରମିଳା ନାୟକ, ସମର୍ଥତ ସରପଞ୍ଚ ପ୍ରାର୍ଥୀ ଲକି କଞ୍ଜ।କା, ନିର୍ଦ୍ୱନ୍ଦରେ ନିର୍ବାଚିତ ୱାର୍ଡ ସଭ୍ୟ, ବରିଷ୍ଠ କର୍ମୀ ମହେଶ୍ୱର ରାଉତ ଙ୍କ ଉପସ୍ଥିତରେ ୪ଟି କୃଷ୍ଟନଗର, ଲଷ୍ମୀନଗର, କାଣିପାଇ, ସିକରପାଇ ର ହରିଜନ ସାହିର ଗାଁର ପ୍ରାୟ ଦୁଇ ଶହ ଲୋକ ବିଜେପିରେ ଯୋଗ ଦେଇଥିଲେ ।ନରେନ୍ଦ୍ରମୋଦି ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ କଂଗ୍ରେସ ଓ ବିଜେଡି ଦଳର କର୍ମୀ ମାନେ ବିଜେପି ରେ ମିଶି ଥିଲେ ।
Popular Categories



