ବେଆଇନ କଂସେଇ ଖାନା ଉପରେ ଚଢ଼ଉ : ଗାଈ ଉଦ୍ଧାର, ମାଂସ ଜବତ ଓ ୫ ଗିରଫ

ସମ୍ବଲପୁର: ସମ୍ବଲପୁରରେ ବେଆଇନ ଭାବରେ ବର୍ବରୋଚିତ ଭାବରେ ଗୋହତ୍ୟା, ବେଆଇନ ଗୋରୁ ଚୋରା ଚାଲାଣ, ଗୋ ମାଂସ ବିକ୍ରି ହେଉଥିବାର ଅଭିଯୋଗ ହୋଇ ଆସୁଥିବା ବେଳେ ପୁଲିସ ପକ୍ଷରୁ ସକ୍ରିୟତା ଦେଖାଯାଇ ଏକ ଚଢ଼ଉ ଅଭିଯାନ ଗୁରୁବାର କରାଯାଇଛି। ସମ୍ବଲପୁର ପୁଲିସର ସୂଚନାନୁଯାୟୀ, ବେଆଇନ ଭାବରେ କଂସେଇଖାନା ମୋତିଝରନ ଓ ସୁନାପାଲି ଅଞ୍ଚଳରେ କରାଯାଇ ଗୋ ହତ୍ୟା କରାଯାଉଥିବାର ଖବର ମିଳିବା ପରେ ୩ଟି ସ୍ୱତନ୍ତ୍ର ଦଳ ଗଠନ କରାଯାଇ ଚଢ଼ଉ ଅଭିଯାନ କରାଯାଇଥିଲା ଏବଂ ଏହି ସମୟରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସମୁଦାୟ ୩୨ଟି ଗାଈ ଉଦ୍ଧାର ଓ ୬୮ କିଗ୍ରା ଗୋ ମାଂସ ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ସୁନାପାଲି ଓ ମୋତିଝରନ ଅଞ୍ଚଳରେ କରାଯାଇଥିବା ସ୍ୱତନ୍ତ୍ର ଅଭିଯାନ ଅର୍ନ୍ତଗତ ପ୍ରଥମ ଚଢ଼ଉ ସମୟରେ ମୋତିଝରନ ନିବାସୀ ସରିଫ ଖାନ ଓରଫ କନ୍ନୀ (୩୦)ଙ୍କୁ ଧରାଯାଇ ତାଙ୍କ ନିକଟରୁ ୫ଟି ଗାଈ ଉଦ୍ଧାର କରାଯିବା ସହିତ ତାଜା ଗୋ ମାଂସ ୧୫ କିଗ୍ରା, ଏକ ଲୁହା କଟୁରୀ, ମାଂସ କାଟିବା ପାଇଁ ବ୍ୟବହୃତ କାଠ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଏ ସର୍ମ୍ପକରେ ଧନୁପାଲି ପୁଲିସ ୩୩/୨୦୨୨ ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ସେହିଭଳି ଦ୍ୱିତୀୟ ଚଢ଼ଉ ସମୟରେ ସୁନାପାଲି ନିବାସୀ ମହମ୍ମଦ ଅରବାଜ ଓରଫ ବାଦଶାହା (୨୧) ଓ କମଳାପଡା (ଧନୁପାଲି) ନିବାସୀ ଅଖିଳ କୁମ୍ଭାର (୪୫) ଙ୍କୁ ଧରିବା ସହିତ ସେମାନଙ୍କ ନିକଟରୁ ୧୧ଟି ଗାଈ ଉଦ୍ଧାର କରାଯାଇଥିବା ବେଳେ ୩୮ କିଗ୍ରା ତାଜା ଗୋ ମାଂସ, ୨ଟି ଲୁହା କଟୁରୀ, ୨ଟି ମାଂସ କାଟିବା ପାଇଁ ବ୍ୟବହୃତ କାଠ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଏ ସର୍ମ୍ପକରେ ମାମଲା ସଂଖ୍ୟା ୩୪/୨୦୨୨ ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଥିବା ବେଳେ ଚଢ଼ଉ ସମୟରେ ୩ ଜଣ ଅଭିଯୁକ୍ତ ଫେରାର ହେବାରେ ସଫଳ ହୋଇଛନ୍ତି।

prayash

ସେହିଭଳି ତୃତୀୟ ଚଢ଼ଉ ସମୟରେ ସୁନାପାଲି ନିବାସୀ ମହମ୍ମଦ ମୌସିନ ଓରଫ ବାବୁ (୨୪) ଓ ସିନ୍ଦୁରପଙ୍କ ନିବାସୀ ନୁଆଖାଉ ଝରିଆ (୫୫) ଙ୍କୁ ପୁଲିସ ଧରିବା ସହିତ ସେମାନଙ୍କ ନିକଟରୁ ୧୬ଟି ଗାଈ ଉଦ୍ଧାର କରାଯିବା ସହିତ ୧୫ କିଗ୍ରା  ଗୋ ମାଂସ, ଗୋଟିଏ ଲୁହା କଟୁରୀ, ଗୋଟିଏ ମାଂସ କାଟିବା କାଠ, ଗୋଟିଏ ଫ୍ରିଜର ଏବଂ ଗୋଟିଏ ଓଜନ ମାପିବା ଯନ୍ତ୍ର ଜବତ କରିଛି। ଏ ସର୍ମ୍ପକରେ ମାମଲା ସଂଖ୍ୟା ୩୫/୨୦୨୨ ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଥିବା ବେଳେ ଚଢ଼ଉ ସମୟରେ ଜଣେ ଅଭିଯୁକ୍ତ ଫେରାର ହେବାରେ ସଫଳ ହୋଇଛି। ଆଜି କରାଯାଇଥିବା ଚଢ଼ଉ ଅଭିଯାନ ସମୟରେ ଗିରଫ ହୋଇଥିବା ସରିଫ ଖାନ ଓରଫ କନ୍ନୀ ଓ ମହମ୍ମଦ ମୌସିନ ଓରଫ ବାବୁ ର ନାମରେ ପୂର୍ବରୁ ଧନୁପାଲି ଥାନାରେ ଯଥାକ୍ରମେ ମାମଲା ସଂଖ୍ୟା ୧୮୪/୨୦୧୯ ଏବଂ ୯୫/୨୦୧୮ ରହିଥିବାର ପ୍ରାଥମିକ ତଦନ୍ତରେ ଜଣାପଡିଛି। ଏହା ସହିତ ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କର ପୂର୍ବ ଅପରାଧିକ ରେକର୍ଡ ମଧ୍ୟ ଯାଞ୍ଚ କରାଯାଉଛି ବୋଲି ପୁଲିସ ଜଣାଇଛି।

ସୂଚନାଯୋଗ୍ୟ ଯେ, ବେଆଇନ ଗୋ ଚାଲାଣ, ହତ୍ୟା ଆଦି ସର୍ମ୍ପକରେ ବିଭିନ୍ନ ସଙ୍ଗଠନ ଅଭିଯୋଗ କରିବା ସହିତ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ ପାଇଁ ସଜବାଜ ହେଉଥିବା ବେଳେ ଗତ ବର୍ଷ ଲଗାତାର ପୁଲିସ ଚଢ଼ଉ କରି ଅନେକ ଗାଈ ଉଦ୍ଧାର କରିବା ସହିତ ଗୋ ତସ୍କର ମାନଙ୍କୁ ଗିରଫ କରି ଅଦାଲତକୁ ଚାଲାଣ ପରେ ସମ୍ପୁର୍ଣ୍ଣ ସୁସ୍ଥ ପଡି ଯାଇଥିଲା। ଏଣୁ ପୁର୍ନବାର ଗୋ ଚାଲାଣକାରୀ ମାନେ ସକ୍ରିୟ ହୋଇଥିବାର ଅଭିଯୋଗ ଅନେକ ଦିନରୁ ବାରମ୍ବାର ହେବାରୁ ପୁଲିସ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି ବୋଲି ସହରରେ ଚର୍ଚ୍ଚା ହେଉଛି।

kalyan agarbati

Comments are closed.