ଗୋଧିହୁଡି ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ, ଜାମୁଯୋଡି ଚମ୍ପିଆନ

ତେଲକୋଇ: ତେଲକୋଇ ବ୍ଲକ ଭୀମକାଣ୍ଡ ପଞ୍ଚାୟତ ଅନ୍ତର୍ଗତ ଗୋଧିହୁଡି ଗ୍ରାମରେ ବୁଧବାର ଦ୍ବିତୀୟ ବାର୍ଷିକ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ମ୍ୟାଚ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜାମୁଯୋଡି ନୃସିଂହନାଥ ଭଲିବଲ ଦଳ ଓ ଅନୁଗୁଳ ଜିଲ୍ଲା ତାଳଚେର ଗୋବରା ଫ୍ରେଣ୍ଡ୍ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଜାମୁଯୋଡ଼ି ୨-୦ସେଟରେ ଗୋବରା ଫ୍ରେଣ୍ଡ କ୍ଲବ କୁ ପରାସ୍ତ କରି ଚମ୍ପିୟାନ ହୋଇଛନ୍ତି।ଗୋବରା ଫ୍ରେଣ୍ଡ କ୍ଳବ ରନର୍ସ ଅପ୍ ହୋଇଛି। ଗୋଧିହୁଡି ଲକ୍ଷ୍ମୀନାରାୟଣ ଯୁବକ ସଂଘ ପକ୍ଷରୁ ଆୟୋଜିତ ଭଲିବଲ ପ୍ରତିଯୋଗିତାରେ ୪ଟି ଦଳ ଅଗ୍ନିଶମ ବାହିନୀ ତେଲକୋଇ, ୟଙ୍ଗ ଷ୍ଟାର ଭୀମକାଣ୍ଡ, ନୃସିଂହନାଥ ଭଲିବଲ ଦଳ ଜାମୁଯୋଡି ଓ ଫ୍ରେଣ୍ଡ୍ କ୍ଲବ ଗୋବରା ଅଂଶ ଗ୍ରହଣ କରିଥିଲେ। ଉଦଘାଟନୀ ଉତ୍ସବରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ.ପ୍ରେମାନନ୍ଦ ନାୟକ ଯୋଗ ଦେଇଥିଲେ।

 

prayash

ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଗୋଧିହୁଡି ଗ୍ରାମ୍ୟ କମିଟି ସଭାପତି କଳାକାର ସାହୁ ଓ ସମ୍ମାନୀତ ଅତିଥି ଭାବେ ଶିକ୍ଷକ ମଦନମୋହନ ସାହୁ ଯୋଗ ଦେଇ ଚମ୍ପିୟାନ ଓ ରନର୍ସ ଅପ୍ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ। ଦାଶରଥି ବେହେରା ଓ ଲିତୁ ଗଡ଼ନାୟକ ଖେଳ ପରିଚାଳନା କରିଥିଲେ। ଭାଷ୍ୟକାର ଶ୍ରୀଧର ପତି ଧାରା ବିବରଣୀ ପ୍ରଦାନ କରିଥିଲେ। ଆୟୋଜକ ଲକ୍ଷ୍ମୀନାରାୟଣ ଯୁବକ ସଂଘ ସଭାପତି ବାବୁଲି ସାହୁ, ସମ୍ପାଦକ ଲିପୁନ ସାହୁ,ଯଶୋବନ୍ତ ସାହୁ, ସଞ୍ଜୟ ସାହୁ, ଦୋଳଗୋବିନ୍ଦ ସାହୁ, ହୃଦାନନ୍ଦ ସାହୁ,ଜିତେନ୍ଦ୍ର ସାହୁ, ଚରଣ ସାହୁ, ବିଦ୍ୟାଧର ପାତ୍ର, ସୁରେଶ ସାହୁ, ଆଲୋକ ସାହୁ, ତୁଷାର ସ୍ବାଇଁ, ବୁଲୁ ସାହୁ, ଗୋପାଳ ଦାସ, ପ୍ରସନ୍ନ ସାହୁ, ଧିରେନ୍ଦ୍ର ସାହୁ,ବିଟି ସାହୁ ପ୍ରମୁଖ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ।

kalyan agarbati

Comments are closed.