ପଞ୍ଚାୟତ ନିର୍ବାଚନ: ଜମୁଛି ପ୍ରଚାର, ଗାଁ ଗାଁ ରେ ଭୋଜିଭାତର ଆସର

ରେଙ୍ଗାଲି: ପଞ୍ଚାୟତ ନିର୍ବାଚନ ଯେତିକ ପାଖେଇ ଆସୁଛି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କ ପ୍ରଚାର ସେତିକି ଜମୁଛି। ସାମାଜିକ ଗଣମାଧ୍ୟମରେ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ପ୍ରାର୍ଥୀମାନେ ସେମାନଙ୍କ ଦଳବଳ ଧରି ଗାଁ ଗାଁ ବୁଲି ଘରକୁ ଘର ଯାଇ ଭୋଟ ଭିକ୍ଷା କରୁଥିବାର ଦେଖିବାକୁ ମିଳୁଛି। ସରପଞ୍ଚ, ସମିତିସଭ୍ୟ ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭ୍ୟ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ସେମାନଙ୍କ ସମର୍ଥକମାନଙ୍କୁ ଧରି ଜଣକ ପରେ ଜଣେ ଗାଁମାନଙ୍କରେ ପହଞ୍ଚି ଗ୍ରାମ୍ୟ ପରିକ୍ରମା ଓ ସଭା ସମିତି କରିବା ଫଳ ରେ ଗାଁରେ ତିହାର୍ ଭଳି ମାହୋଲ୍ ସୃଷ୍ଟି ହୋଇଛି। ଭୋଟରମାନଙ୍କୁ ଖୁସି କରି ଭୋଟ୍ ହାତେଇବା ପାଇଁ ଗାଁ ଗାଁରେ ନିୟମିିତ ବ୍ୟବଧାନରେ ବିଭିନ୍ନ ପଦ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କ ତରଫରୁ ଭୋଜିଭାତର ବ୍ୟବସ୍ଥା ହେଉଛି, ଯାହା ପୁଷପୁନି, ଛାଡଖାଇ ଭଳି ମାହୋଲ୍ ସୃଷ୍ଟି କରିଛି। ଯେଉଁଠି ବେଶୀ ପ୍ରାର୍ଥୀ ସେଠାରେ ବେଶୀ ଭୋଜିଭାତର ଆସର ଜମୁଛି। ଏଇଟା ଭୋଟ୍ ତିହାର୍ ୫ବର୍ଷରେ ଥରେ ଆସେ ବୋଲି ଲୋକେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।

kalyan agarbati

Comments are closed.