ରେଳ ଧାରଣାରେ କଟି ଯୁବକର ଶୋଚନୀୟ ମୃତ୍ୟୁ
ରେଙ୍ଗାଲି:ସମ୍ବଲପୁରରୁ ଝାରସୁଗୁଡା ଫାଟକ ସଂଯୋଗ କରୁଥିବା ରେଲ ଲାଇନର ରେଙ୍ଗାଲି ଷ୍ଟେସନ ଆଗରେ ଥିବା ଲେଭଲ୍ କ୍ରସିଂରୁ ପ୍ରାୟ ୧୫୦ ମିଟର ଦୂରତାରେ ଆଜି ଜନୈକ ଯୁବକ ରେଲ ଧାରଣା କଟି ଶୋଚନୀୟ ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି। ମୃତ ଯୁବକ ଜଣକ ରେଙ୍ଗାଲି ନିକଟସ୍ଥ ତୁରିଟିକ୍ରା ଗ୍ରାମର ବିଭୂତିଭୂଷଣ ସାହୁ(୪୫) ବୋଲି ଜଣାପଡିଛି। ରେଲଧାରଣାରେ କଟି ଯିବା ଫଳରେ ମୁଣ୍ଡ ଗଣ୍ଡି ଅଲଗା ହୋଇ ଅତି ଶୋଚନୀୟ ଭାବରେ ପଡିଥିବା ମୃତ ଦେହକୁ ରେଲବାଇ ପୁଳିସ ଘଟଣା ସ୍ଥଳରୁ ଉଦ୍ଧାର କରି ପଞ୍ଚନାମା କଲାପରେ ବ୍ୟବଚ୍ଛେଦ ପାଇଁ ପଠାଇ ଏହାର ତଦନ୍ତ ଜାରି ରଖିଛି।
Comments are closed.