www.samajalive.in
Saturday, December 6, 2025
16.1 C
Bhubaneswar

ସାକ୍ଷୀଗୋପାଳରେ ଶ୍ରୀରାଧା ଜନ୍ମୋତ୍ସବ ଉଜ୍ଜାପନୀ ସଭା

ସୁଆଣ୍ଡୋ : ପୁରୀଜିଲାର ସାକ୍ଷୀଗୋପାଳ ମନ୍ଦିରରେ ତିନିଦିନ ଧରି ଚାଲିଥିବା ଶ୍ରୀରାଧା ଜନ୍ମୋତ୍ସବର ଉଜ୍ଜାପନୀ ସଭା ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ମୁଖ୍ୟ ଅତିଥି ଭାବେ ରାଜ୍ୟ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଶିଳ୍ପପତି ନାରାୟଣ ପାତ୍ର, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାସ ମିଶ୍ର, ସିଂହଦ୍ଵାର ଭଜନ କମିଟି ଉପଦେଷ୍ଟା ସୁକାନ୍ତ କୁମାର ସାମନ୍ତରାୟ ଯୋଗ ଦେଇଥିଲେ । ଅତିଥିମାନେ ମନ୍ଦିରରେ ମାଆ ଶ୍ରୀରାଧା ଠାକୁରାଣୀଙ୍କୁ ଦର୍ଶନ କରି ପୂଜା ଅର୍ଚ୍ଚନା କରିଥିଲେ । ଶ୍ରୀରାଧା ତତ୍ତ୍ବକୁ ଆଧାର କରି ଅତିଥିମାନେ ସାରଗର୍ଭକ ବକ୍ତବ୍ୟ ଦେଇଥିଲେ । ଆସନ୍ତା ତେଇଶି ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସତ୍ୟବାଦୀ ଓଡ଼ିଆ ବିଶ୍ଵବିଦ୍ୟାଳୟର ଶୁଭ ଦେବେ ବୋଲି ବିଧାୟକ ସଭାରେ ଘୋଷଣା କରିଥିଲେ। ସଂପାଦକ ଦିବାକର ମହାପାତ୍ର ବିବରଣୀ ପାଠ କରିଥିଲେ । ଆଇନଜୀବୀ ଅଞ୍ଜନ କୁମାର ହୋତା ମଞ୍ଚରେ ସଂଯୋଜନା କରିଥିଲେ ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories