ମୁରବୀ ଭାବେ ଦେଶବାସୀଙ୍କ ଦୁଃଖ ସୁଖର ସାଥୀ ସାଜିଛନ୍ତି ପ୍ରଧାନମନ୍ତ୍ରୀ: ସମୀର ମହାନ୍ତି
ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ
ଭୁବନେଶ୍ୱର:ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ଦେଶ ଶାସନର ଦାୟିତ୍ୱ ନେଇନାହାନ୍ତି ବରଂ, ମୁରବୀ ଭାବେ ଦେଶ ତଥା ଦେଶବାସୀଙ୍କ ସହ ପ୍ରତ୍ୟକ୍ଷ ଭାବେ ଯୋଡି ହୋଇ ସୁଖ ଦୁଃଖର ସାଥୀ ସାଜିଛନ୍ତି। ନୂତନ ଭାରତ ଗଠନ ଦିଗରେ ଆବଶ୍ୟକୀୟ ସମସ୍ତ ଦିଗ ପ୍ରତି ଧ୍ୟାନ ଦେଇ କାର୍ଯ୍ୟରତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦେଶ ତଥା ଦେଶବାସୀଙ୍କ ମାନ ଓ ସମ୍ମାନକୁ ବୃଦ୍ଧି କରାଇଛନ୍ତି। ସ୍ୱଚ୍ଛତା, ଭୋକାଲ ଫର୍ ଲୋକାଲ, ଆତ୍ମନିର୍ଭରଶୀଳ ଆଦି ପ୍ରସଙ୍ଗରେ ଯୁବକଙ୍କ ମନ ଭିତରେ ଉର୍ଜା ଭରିଛନ୍ତି। ଭାରତବର୍ଷ ବିଶ୍ୱଗୁରୁ ହେବାର ସ୍ୱପ୍ନ ନିଶ୍ଚିତ ସାକାର ହେବ ବୋଲି ଆଜି ଚଳିତ ବର୍ଷର ପ୍ରଥମ ‘ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସଭାପତି ଶ୍ରୀ ସମୀର ଦୃଢୋକ୍ତି ପ୍ରକାଶ କରିଛନ୍ତି।
ରାଜ୍ୟ ସଭାପତି ଆଜି ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ୩୦ ନମ୍ବର ଜୋନର ଇଂଜଣା ଗ୍ରାମପଂଚାୟତର ଗ୍ରାମୀଣ ମଣ୍ଡଳ କାର୍ଯ୍ୟାଳୟରେ ଆୟୋଜିତ ‘ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ଜିଲା ପରିଷଦ ପ୍ରାର୍ଥିନୀ ସସ୍ମିତା ପତି, ରାଜ୍ୟ ମୁଖପାତ୍ର ଠାକୁର ରଣିତ୍ ଦାସ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଅର୍ପିତା ଅପରାଜିତା ବଡଜେନା, ଓବିସି ମୋର୍ଚ୍ଚା ରାଜ୍ୟ କୋଷାଧ୍ୟକ୍ଷ ସଂଗ୍ରାମ ନାୟକ, ଗ୍ରାମୀଣ ମଣ୍ଡଳ ସଭାପତି ଜିତେନ୍ଦ୍ର ମହାନ୍ତି, ଜିଲ୍ଲା ଉପ ସଭାପତି ଦେବେନ୍ଦ୍ର ପତି, ଜିଲ୍ଲା ସାଧାରଣ ସଂପାଦକ ଦିଲୀପ ବେହେରା, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ବିକ୍ରମ ପ୍ରଧାନ, ମଣ୍ଡଳ ପ୍ରଭାରୀ ନବଘନ ବେହେରା, ସୁଶାନ୍ତ ସାବତ, ରାଜକିଶୋର ସ୍ୱାଇଁ ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।
Comments are closed.