‘ଏନଟିଡି’ର ମୂଳୋତ୍ପାଟନ ପାଇଁ ପ୍ରୟାସ ଆବଶ୍ୟକ

ଜାନୁଆରୀ ୩୦ରେ ସମଗ୍ର ବିଶ୍ୱରେ ପାଳନ ହେବ ତୃତୀୟ ବିଶ୍ୱ ଏନଟିଡି ଦିବସ

ଭୁବନେଶ୍ୱର: ପ୍ରତ୍ୟେକ ବର୍ଷ ଜାନୁଆରୀ ୩୦କୁ ସମଗ୍ର ବିଶ୍ୱରେ ଏନଟିଡି ଦିବସ ଭାବରେ ପାଳନ କରାଯାଉଛି। ବିଶ୍ୱର ସମସ୍ତ ଜନସାଧାରଣ ନେଗ୍‌ଲେକ୍‌ଟେଡ ଟ୍ରପିକାଲ ଡିଜିଜେସ୍‌ (ଏନଟିଡି)ର ସମୂଳେ ବିନାଶ କରିବା ଦିଗରେ ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ହୋଇ ଏହାକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ଲକ୍ଷ୍ୟ ନେଇ ଏହି ଦିବସ ପାଳନ କରାଯାଉଛି। ୨୦୧୨ରେ ଐତିହାସିକ ଲଣ୍ଡନ ଘୋଷଣାନାମା ଅନୁଯାୟୀ ଏନଟିଡିର ମୂଳୋତ୍ପାଟନ ଉପରେ ଅଧିକ ଧ୍ୟାନ ଦିଆଯାଉଛି ଏବଂ ଏ ଦିଗରେ ଅଧିକ ସକ୍ରିୟ ଭାବରେ କାର୍ଯ୍ୟ କରିବାକୁ ବିଭିନ୍ନ ରାଷ୍ଟ୍ର ଏବଂ ଜନସାଧାରଣଙ୍କ ସହଭାଗିତାକୁ ଅଧିକ ଗୁରୁତ୍ୱ ଦେଉଛି। ୨୦୨୦ରେ ସମୁଦାୟ ବିଶ୍ୱକୁ ଏହି ରୋଗରୁ ସୁର କ୍ଷିତ ର ଖିବା ସକାଶେ ପ୍ରଥମ ଥର ପାଇଁ ବିଶ୍ୱ ଏନଟିଡି ଦିବସ ପାଳନ କରାଯାଇଥିଲା।
ଏନଟିଡି ଶରୀରକୁ ଦୁର୍ବଳ ଏବଂ ଜୀବନକୁ ପ୍ରଭାବିତ କଲାଭଳି ରୋଗଗୁଡିକର ସମାହାର ଯାହା ଅଧିକରୁ ଅଧିକ ଦରିଦ୍ର ଏବଂ ସବୁଠାରୁ ଦୁର୍ବଳ ଜନସାଧାରଣଙ୍କୁ ଆକ୍ରାନ୍ତ କରୁଛି। ଏନଟିଡିରେ ଗୋଦର ଗୋଡ (ଲିମ୍ଫାଟିକ ଫାଇଲେରିଆସିସ୍‌), କାଲାଜ୍ୱର (ଭିସେରାଲ ଲିଶମେନିୟାସିସ), କୁଷ୍ଠରୋଗ (ଲେପ୍ରସି), ଡେଙ୍ଗୁ, ଚିକୁନଗୁନିଆ, ରାବିଜ ଆଦି ଅନ୍ତର୍ଭୁକ୍ତ, ଯେଉଁଗୁଡିକର ନିୟନ୍ତ୍ରଣ ପୂର୍ଣ୍ଣମାତା୍ରରେ ସମ୍ଭବ। କିନ୍ତୁ ସମୁଦାୟ ବିଶ୍ୱରେ ପ୍ରତିବର୍ଷ ଅନେକ ଲୋକ ଏହି ସମସ୍ତ ରୋଗରେ ସଂକ୍ରମିତ ହେଉଛନ୍ତି। ଭାରତରେ ମଧ୍ୟ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଲୋକ ଏନଟିଡି ରୋଗଗୁଡିକରେ ସଂକ୍ରମିତ ହେଉଥିବାରୁ ଜୀବନରେ ସେମାନେ ଅନେକ ଯନ୍ତ୍ରଣାର ସାମନା କରୁଛନ୍ତି ଏବଂ ବିକଳାଙ୍ଗ ହୋଇଯାଉଛନ୍ତି, ଯେଉଁ କାରଣରୁ ସେମାନେ ଜୀବିକା ଉପାର୍ଜନ କରିବାରେ ଅକ୍ଷମ ହୋଇଯାଉଛନ୍ତି ଏବଂ ସେମାନଙ୍କର ଆର୍ଥିକ ଓ ସାମାଜିକ ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇଯାଉଛି।

 

 

prayash

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ ଅନୁଯାୟୀ ବିଶ୍ୱରେ ପ୍ରତି ୫ ଜଣରେ ଜଣେ ବ୍ୟକ୍ତି ଏହି ଏନଟିଡି ରୋଗରେ ଆକ୍ରାନ୍ତ। ଏହା ଅତ୍ୟନ୍ତ ମାରାତ୍ମକ ରୋଗ ଯାହା ପ୍ରତ୍ୟେକଙ୍କ ଶିକ୍ଷା, ପୋଷଣ ଏବଂ ଆର୍ଥିକ ବିକାଶ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। କିନ୍ତୁ ଏସବୁର ନିୟନ୍ତ୍ରଣ ଏବଂ ମୂଳୋପିାଟନ ସମ୍ଭବ। ଏହାର ମୂଳୋତ୍ପାଟନ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦିଆଗଲେ ଆର୍ଥିକ ବିକାଶ, ସମୃଦ୍ଧି ଏବଂ ସାମାଜିକ ସ୍ତରରେ ସମାନତାରେ ଅଭିବୃଦ୍ଧି ଘଟିପାରିବ । ବିଶ୍ୱରେ ପ୍ରାୟ ୧.୭ ବିଲିଅନ ଲୋକଙ୍କୁ ପ୍ରଭାବିତ କରୁଥିବା ଏହି ରୋଗଗୁଡିକ ପ୍ରତିବର୍ଷ ଘଟୁଥିବା ହଜାର ହଜାର ସଂଖ୍ୟାରେ ମୃତୁ୍ୟର ମଧ୍ୟ କାରଣ ପାଲଟିଛି, ଯାହାକୁ ରୋକାଯାଇ ପାରିବ।
ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡଃ ନିରଞ୍ଜନ ମିଶ୍ର କହିଛନ୍ତି ଯେ ଏନଟିଡି ରୋଗଗୁଡିକୁ ଅବହେଳିତ ଅଥବା କମ୍‌ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଇଥାଏ, କିନ୍ତୁ ବିଗତ କିଛି ବର୍ଷଧରି ଏହା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି, ଯଦ୍ଦ୍ୱାରା ଏ କ୍ଷେତ୍ରରେ ଏକ ମିଶନ ଆଧାରରେ କାର୍ଯ୍ୟ କରାଯାଇପାରିବ। ବିଶ୍ୱ ଏନଟିଡି ଦିବସ ଅବସରରେ ଏନଟିଡି ରୋଗଗୁଡିକର ସମ୍ପୂର୍ଣ୍ଣ ମୂଳୋପିାଟନ ପାଇଁ ସାମୁଦାୟିକ ସହଭାଗିତା ସହିତ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି, ଯାହାଫଳରେ ଏକ ସୁସ୍ଥ ସମାଜ ଏବଂ ରାଷ୍ଟ୍ର ଗଠନ ସମ୍ଭବ ହୋଇପାରିବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

kalyan agarbati

Comments are closed.