www.samajalive.in
Sunday, December 7, 2025
26.1 C
Bhubaneswar

ସ୍ମାର୍ଟ ସ୍କୁଲ ନିର୍ମାଣ କାର୍ଯ୍ୟକୁ ନେଇ ବିଦ୍ୟାଳୟ ପରିଚାଳନା କମିଟିର ଅସନ୍ତୋଷ

ବେଗୁନିଆ: ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକର ମୁଖ୍ୟଦପ୍ତରରେ ଥିବା ୭୮ ବର୍ଷର ବହୁ ପୁରାତନ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପ୍ରଥମ ଦଫାରେ ପ୍ରଶାସନିକ ଅବହେଳା ଯୋଗୁଁ ସ୍ମାର୍ଟସ୍କୁଲ ଭାବେ ଘୋଷଣା ହେବାରୁ ବଞ୍ଚିତ ହୋଇଥିଲା। ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏବେ ଦ୍ୱିତୀୟ ଦଫାରେ ଏହି ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲ ରୂପେ ଘୋଷଣା କରାଯାଇ ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଛି। ସ୍ମାର୍ଟ ସ୍କୁଲ ଯୋଜନାରେ ଉକ୍ତ ବିଦ୍ୟାଳୟକୁ ୪୫ ଲକ୍ଷ ଟଙ୍କା ଅନୁଦାନ ଆସିଥିବାବେଳେ ୩୫ ଲକ୍ଷ ଟଙ୍କାରେ ୪ ଟି ରୁମ ସହିତ ବାରଣ୍ଡାରେ ସିମେଣ୍ଟ ଟାଇଲ ପଡିବ। ବିଦ୍ୟାଳୟର ସମସ୍ତ ବିଲଡିଂ ରଙ୍ଗ ହେବ। ଏଥିସହିତ ଲାବରଟୋରି, ପାଠାଗାର, ପିଇବା ପାଣି ଏବଂ ଖେଳ ସାମଗ୍ରୀ କିଣାଯିବ। ଏହାବାଦ ଆଉ ୧୦ ଲକ୍ଷ ଟଙ୍କା ରକ୍ଷଣା ବେକ୍ଷଣ ପାଇଁ ରଖାଯିବ। ଏହି ବିଦ୍ୟାଳୟରେ ହେଉଥିବା ଲକ୍ଷ ଲକ୍ଷ ଟଙ୍କାର କାର୍ୟ୍ୟ ଟେଣ୍ଡର ମାଧ୍ୟମରେ କରାନଯାଇ ରାଜନୈତିକ ସୁପାରିସରେ ଖୋର୍ଧାର ଜଣେ ବ୍ୟକ୍ତି କାର୍ୟ୍ୟ କରୁଛନ୍ତି। କିନ୍ତୁ ଚାଲିଥିବା କାର୍ୟ୍ୟରେ କମ ମୂଲ୍ୟରେ ନିମ୍ନ ମାନର ସିମେଣ୍ଟ ବ୍ୟବହାର କରାଯାଉଛି ।କୋଠରୀଗୁଡିକର ସିମେଣ୍ଟ ଚଟାଣକୁ ଉଠା ନଯାଇ ହାତେ ଦୂରରେ ଗୋଟିଏ ଗୋଟିଏ ଜାଗାରେ ଗଇଁଚି ମରାଯାଇଛି। ଚିପିଙ୍ଗ ମଧ୍ୟ ଠିକ ଭାବରେ କରା ନଯାଇ ଟାଇଲ ପକାଯାଉଛି ଫଳରେ କାର୍ଯ୍ୟର ସ୍ଥାୟିତ୍ୱ ନେଇ ସନ୍ଦେହ ପ୍ରକାଶ ପାଇଛି। ଏଥିପାଇଁ ବ୍ଲକ କନିଷ୍ଠ ଯନ୍ତ୍ରୀ ଏବଂ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜନୈତିକ ଚାପରେ ଠିକାଦାରଙ୍କୁ ଘଣ୍ଟ ଘୋଡାଉ ଥିବାବେଳେ ପ୍ରଧାନ ଶିକ୍ଷକଙ୍କ ଜ୍ଞାତସାରରେ ଏହି ନିମ୍ନ ମାନର କାର୍ଯ୍ୟ ହେଉଛି ବୋଲି ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସର୍ବେଶ୍ୱର ସାହୁ, ଚକ୍ରଧର ବେହେରା, ପ୍ରତାପ ପରିଡା, ସନାତନ ସେଠୀ ଏବଂ ଗ୍ରାମବାସୀ ଲଷ୍ମୀଧର ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି। ଆଜି ସେମାନେ ବିଦ୍ୟାଳୟକୁ ଯାଇ ଚାଲିଥିବା ନିମ୍ନମାନ କାର୍ଯ୍ୟର ବିରୋଧ କରିବା ସହିତ କାର୍ଯ୍ୟ ଠିକ ଭାବେ କରିବା ପାଇଁ ପ୍ରଧାନଶିକ୍ଷକଙ୍କୁ କହିଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories