www.samajalive.in
Sunday, December 14, 2025
19.1 C
Bhubaneswar

ବାଙ୍କୀ ଉପଖଣ୍ଡରେ ଜାତୀୟ ମତଦାତା ଦିବସ

ବାଙ୍କୀ: ବାଙ୍କୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଦିନ ୧୨ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ବାଙ୍କୀ ଉପଜିଲ୍ଲାପାଳ ରଂଜନ କୁମାର ଜେନା ଅଧ୍ୟକ୍ଷତା କରି ଦିବସ ପାଳନର ଅନୁଚିନ୍ତା ପ୍ରଦାନ କରିବା ସହିତ ଗଣତନ୍ତ୍ର ରାଷ୍ଟ୍ରରେ ମତଦାତାଙ୍କ ଅଧିକାର ହିଁ ଶ୍ରେଷ୍ଠ ଓ ନିର୍ଭିକ ମତଦାନ ବୋଲି ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଡମପଡ଼ା ତହସିଲଦାର କ୍ଷିତିଶ ବେହେରା,ସହକାରୀ ଜିଲ୍ଲାପାଳ ସୀତାକାନ୍ତ ରାଉତ,ଦେବେନ୍ଦ୍ର ଖଟୁଆ,ଉପଖଣ୍ଡ ସମାଜ ମଙ୍ଗଳ ଅଧିକାରୀ କଳ୍ପତରୁ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ୨୦୧୧ ମସିହା ଠାରୁ ଜାନୁଆରୀ ୨୫ ତାରିଖରୁ ପାଳିତ ହୋଇ ଆସୁଥିବା ମତଦାତା ଦିବସ ସମ୍ପର୍କରେ ଆଲୋଚନା କରାଯାଇଛି।

ଚଳିତ ବର୍ଷ ନୂତନ ଭାବରେ ପଞ୍ଜୀକୃତ ହୋଇଥିବା ୧୮ରୁ ୧୯ ବର୍ଷ ବର୍ଗର ୬ଜଣ ଯୁବ ଭୋଟରଙ୍କୁ ପରିଚୟପତ୍ର ବାଙ୍କୀ ଉପଜିଲ୍ଲାପାଳ ପ୍ରଦାନ କରିଛନ୍ତି। ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତାର କୃତକାର୍ଯ୍ୟ ହୋଇଥିବା ଶକ୍ତିସ୍ୱରୂପ ମହାପାତ୍ର ଓ ଚନ୍ଦ୍ରିକା ପ୍ରିୟଦର୍ଶିନୀ ବେହେରାଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଛନ୍ତି। କୋଭିଡ କଟକଣା ସହିତ ସଂଚାଳିତ କାର୍ଯ୍ୟକ୍ରମରେ ଅନୁରୂପ ଭାବରେ ଭଲ କାର୍ଯ୍ୟକରିଥିବା ବିଏଲଓ ମାନଙ୍କୁ ମଧ୍ୟ ପ୍ରମାଣପତ୍ର ଦିଆଯାଇ ପୁରସ୍କୃତ କରାଯାଇଛି। ବିଏଲଓ ସୁପରଭାଇଜର ଭୋବନାନନ୍ଦ ପଣ୍ଡା,ରାଜକିଶୋର ବେହେରା, ପ୍ରଦୀପ ଚରଣ ଦାସ, ପ୍ରମୋଦ କୁମାର ପରିଡ଼ା ପ୍ରମୁଖ ପୁରସ୍କୃତ ହୋଇଛନ୍ତି। ସେହିପରି ନୂତନ ଭୋଟର ଭାବରେ ଶୁଭଲକ୍ଷ୍ମୀ ନାୟକ, ବିଶ୍ୱଜିତ୍ ମଙ୍ଗୁଆଳ, ତପସ୍ୱିନୀ ମିଶ୍ର, ଦିପ୍ତିମୟୀ ମାଝୀ, ରାଜେଶ ମହାରଣା, ମାନସ ଚନ୍ଦ୍ର ମହାରଣା ପ୍ରମୁଖ ଭୋଟ ପରିଚୟପତ୍ର ପାଇ ପ୍ରଥମ କରି ପଞ୍ଚାୟତ ନିର୍ବାଚନରେ ମତପ୍ରଦାନ କରିବାର ସୁଯୋଗ ପାଇଥିବାରୁ ଆନନ୍ଦ ପ୍ରକାଶ କରିଛନ୍ତି। ସହକାରୀ ଜିଲ୍ଲାପାଳ ସୀତାକାନ୍ତ ରାଉତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାଳିଚରଣ ତ୍ରିପାଠୀଙ୍କ ସମେତ କାର୍ଯ୍ୟାଳୟର କର୍ମଚାରୀମାନେ ସଂକ୍ଷିପ୍ତ ଭାବରେ ଉପସ୍ଥିତ ଥିଲେ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories