ଭୁବନେଶ୍ୱର: ଛୋଟ ଓ ବଡ଼ ପରଦାର ପ୍ରତିଭାସମ୍ପନ୍ନ ହାସ୍ୟାଭିନେତା ପ୍ରଜ୍ଞାନରଞ୍ଜନ ଖଟୁଆ ଓରଫ ପ୍ରଜ୍ଞା ଓ ଅଭିନେତ୍ରୀ ସୁନନ୍ଦା ପରିଡ଼ାଙ୍କ ବିବାହ ସମ୍ପନ୍ନ ହୋଇଛି। କିଛି ଦିନ ପୂର୍ବରୁ ନିର୍ବନ୍ଧ ସରିଥିବାବେଳେ ମଙ୍ଗଳବାର ରାଜକନିକା ସ୍ପୋର୍ଟସ ଆସୋସିଏସନ ପରିସରରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ଭଦ୍ରକ ଧୂଷୁରୀ ନିବାସୀ ସୁନନ୍ଦାଙ୍କୁ ଜୀବନସାଥୀ ଭାବେ ପାଇ ପ୍ରଜ୍ଞା ଉଲ୍ଲସିତ ବୋଲି କହିଛନ୍ତି। ଅନୁରୂପ ଭାବେ ପ୍ରଜ୍ଞାଙ୍କୁ ପାଇ ଜୀବନ ପୂର୍ଣ୍ଣ ହେଲା ବୋଲି ସୁନନ୍ଦା ମତ ଦେଇଛନ୍ତି। କରୋନା କଟକଣାରେ ଏହି ବିବାହ ଉତ୍ସବରେ ଅଭିନେତା ଶଙ୍କରଙ୍କ ସମେତ ସୀମିତ ଶୁଭେଚ୍ଛୁ ଓ ଗ୍ରାମବାସୀ ସାମିଲ ହୋଇଥିଲେ।
Popular Categories



