www.samajalive.in
Sunday, December 7, 2025
26.1 C
Bhubaneswar

ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଦଦ୍ଭାବନା ଗୃହରେ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଡ଼ିଓ ସୁଧାକର ରଇତଙ୍କ ଅଧକ୍ଷତାରେ  ବୈଠକ ଅନୁଷ୍ଠିତ  ହୋଇଛି ।ସକାଳ ୭.୩୦ ସମୟରେ ପ୍ରତ୍ୟେକ ସରକାରୀ ବେସରକାରୀ ଶିକ୍ଷାଅନୁଷ୍ଠାନ,  ମହାବିଦ୍ୟାଳୟ,ବିଭିନ୍ନ କାର୍ଯ୍ୟାଳୟ ରେ ପତାକା ଉତ୍ତୋଳନ କରିବା ପରେ ୮ଟା ସମୟରେ ବିନିସ ପୁର ସହୀଦ ପୀଠରେ ପରେ ୯ଟା ସମୟରେ ବ୍ଲକ କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନ କରାଯିବ ବୋଲି ନିଷ୍ପତି ନିଆଯାଇଛି ।  ଛାତ୍ରଛାତ୍ରୀଙ୍କ ବିନା ବିଦ୍ୟାଳୟ ରେ ପତାକା ଉତ୍ତୋଳନ କରାଯିବ । ଯେଉଁଠି ପତାକା ଉତ୍ତୋଳନ କରାଯିବ ସେହି ସ୍ଥାନରେ ସମସ୍ତେ କୋଭିଡ ନିୟମ ଅନୁଯାୟୀ ସାମାଜିକ ଦୂରତା, ମୁଖରେ ତୁଣ୍ଡି ଲଗାଇବା, ସାନିଟାଇଜ କରିବା ପାଇଁ କୁହାଯାଇଛି । ବିପିଏମ କଳ୍ପତରୁ ବେହେରା, ଶିକ୍ଷକ ଦେବେନ୍ଦ୍ର କୁମାର ବଛା, ନାଳଧରା ମାଧବ ରାଓ, ମହାବିଦ୍ୟାଳୟର ଅଧ୍ୟୟ  ଯୋଗେଶ୍ୱରଗରଡା ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories