‘ଅର୍ଥନୈତିକ ଭବିଷ୍ୟତ ଓ କୋଭିଡ ୧୯’ ଶୀର୍ଷକ ୱେବିନାର

କଣ୍ଟାବାଞ୍ଜି: କେଭି ଡିଗ୍ରୀ ମହାବିଦ୍ୟାଳୟରେ ‘ଅର୍ଥନୈତିକ ଭବିଷ୍ୟତ ଓ କୋଭିଡ ୧୯’ଶୀର୍ଷକ ଉପରେ ଏକ ଜାତୀୟ ୱେବିନର ଅନୁଷ୍ଠିତ ହୋଇଯାଇଛି। ବିଜନେସ ସ୍କୁଲ ନିର୍ଦେଶକ ଗୌତମ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ୱେବିନାରରେ ମୁଖ୍ୟ ଆଲୋଚକ ଭାବରେ ସନତ କୁମାର ଭରଦ୍ୱାଜ ଯୋଗଦେଇ ଆର୍ଥିକ ପରିଚାଳନା ବିନିଯୋଗ ସୁଯୋଗ ଓ ପୁଞ୍ଜି ବଜାର ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧକ୍ଷ ସତ୍ୟବ୍ରତ ମିଶ୍ର ସଭାପତିତ୍ୱ କରି ଯୁବପିଢ଼ି କିଭଳି ଆର୍ଥିକ ପରିଚାଳନା ଓ ପୁଞ୍ଜି ବଜାର ଉପରେ ଜ୍ଞାନ ଆହରଣ କରିପାରିବେ ସେ ସମ୍ପର୍କରେ ବିଭିନ୍ନ ଉଦାହରଣ ଦେଇ ବକ୍ତବ୍ୟ ରଖିଥିଲେ।

 

prayash

ବାଣିଜ୍ୟ ଅଧ୍ୟାପକ ଯଶୋବନ୍ତ ନାରାୟଣ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଡ.ସଞ୍ଜୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଏବଂ ଏୱକ ଇଣ୍ଡିଆ ଦ୍ୱାରା ପ୍ରାୟୋଜିତ ଏହି ୱେବନାରରେ ୮୦ଜଣ ଛାତ୍ର ଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକା ଯୋଗଦେଇଥିଲେ।

kalyan agarbati

Comments are closed.