www.samajalive.in
Sunday, December 14, 2025
14.1 C
Bhubaneswar

ବାପୁଜୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‍ଯାପିତ

ଆଠଗଡ଼: ଖୁଣ୍ଟକଟା ଖେଳପଡ଼ିଆରେ ୯ତାରିଖ ଠାରୁ ଖୁଣ୍ଟକଟା କ୍ରୀଡା ପରିଷଦ ଆନୁକୂଲ୍ୟରେ ଚାଲିଥିବା ବାପୁଜୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍‍ଯାପିତ ହୋଇଯାଇଛି। ଶେଷଦିବସରେ ଢେଙ୍କାନାଳର ମା ମଙ୍ଗଳା ଫୁଟବଲ କ୍ଲବ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଖୋର୍ଦ୍ଧାର ଗୋଲଡେନ ଫୁଟବଲ କ୍ଲବକୁ ୨-୦ ଗୋଲରେ ହରାଇ ଚମ୍ପିଆନ୍‍ ଆଖ୍ୟା ଅର୍ଜନ କରିଥିଲା। ଖୁଣ୍ଟୁକଟା କ୍ରୀଡା ପରିଷଦ ସଭାପତି ଶୁଭାଷିଶ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‍ଯାପନୀ ଉତ୍ସବରେ ଜଳସେଚନ ବିଭାଗର ଅବସରପ୍ରାପ୍ତ ଯନ୍ତ୍ରୀ ନିର୍ମଳଚନ୍ଦ୍ର ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏପରି କ୍ରୀଡା ପ୍ରତିଯୋଗିତା ଆୟୋଜନ ଦ୍ୱାରା ଆଞ୍ଚଳିକ ଭାଇଚାରା ଓ ସଦ୍‍ଭାବ ବୃଦ୍ଧିପାଇବା ସହିତ ଏକ ଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ।

ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍‍ ପ୍ରଫେସର ବିଭୂପ୍ରସାଦ ପଟ୍ଟନାୟକ ଉଦ୍‍ବୋଧନ ଦେଇ ବିଶ୍ୱରେ ସର୍ବାଧିକ ଲୋକପ୍ରିୟ ଖେଳ ହେଉଛି ଫୁଟବଲ ଏବଂ ଏହି ଖେଳକୁ ଦେଶ ତଥା ଆମ ରାଜ୍ୟରେ କିପରି ଅଧିକ ଲୋକପ୍ରିୟ କରାଯାଇପାରିବ ସେ ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଗଦାଧର ସାହୁ, ତ୍ରିଲୋଚନ ସେନାପତି, ଆଠଗଡ଼ ଖୋ-ଖୋ ସଂଘର ସଭାପତି ଲକ୍ଷ୍ମୀନାରାୟଣ ଭଞ୍ଜ ପ୍ରମୁଖ ଯୋଗଦେଇ ଉଦ୍‍ବୋଧନ ଦେବାସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ବିଜୟୀ ଦଳ ଓ ରନର୍ସ ଅଫ ଦଳକୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରାଯିବା ସହ ଉତ୍କର୍ଷ ଖେଳ ପ୍ରଦର୍ଶନ କରିଥିବା ଅନ୍ୟ ଖେଳାଳିଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଖୁଣ୍ଟକଟା କ୍ରୀଡା ପରିଷଦର ଉପସଭାପତି ସତ୍ୟରଞ୍ଜନ ସେଣ ଧନ୍ୟବାଦ ଅର୍ପଣ କରିଥିବାବେଳେ ଅନ୍ୟ ସଦସ୍ୟମାନେ ସମସ୍ତ କାର୍ଯ୍ୟକ୍ରମ ଓ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

Related Articles

Popular Categories